ଗଂଜାମ ଜିଲ୍ଲା ଋଷିକୁଲ୍ୟା କେନାଲରେ ମୃତଦେହ ଭାସିବାର ଦେଖିବାକୁ ମିଳୁଛି

ଗଂଜାମ(ସାକ୍‌ସୀ ନ୍ୟୁଜ୍‌): ଆସିକା ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଗଡଦାମୋଦର ପଲ୍ଲୀ ଗ୍ରାମର କୃଷ୍ଣ ଗୌଡ ଙ୍କ ପୁଅ ଦେବରାଜ ଗୌଡ ( 65) ଆଜି ସକାଳ ଦଶ ଘଣ୍ଟ ସମୟରେ ଗାଁ ନିକଟରେ ବହିଯାଉଥିବା ଋଷିକୁଲ୍ୟା ମୁଖ୍ୟ କେନାଲ କୁ ଗାଧୋଇବା ପାଇଁ ଯାଇଥିଲେ। କଇଠବାଟିଆ ତୁଠ ରେ ଗାଧେଇବା ବେଳେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଲୋକଙ୍କ ନିକଟରୁ ସୁଚନା ପାଇବା ପରେ ପରିବାର ଲୋକେ ତୁରନ୍ତ ଧରାକୋଟ ଥାନା ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହାପରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଉପସ୍ଥିତିରେ ଖୋଜିବା ଆରମ୍ଭ ହୋଇଥିଲା। ଅପରାହ୍ନ ଚାରି ଘଣ୍ଟ ସମୟରେ ତାଳପାଟଣା ବ୍ରିଜ ନିକଟରୁ ଦମକଳ ବାହିନୀ ଶବଟିକୁ ଉଦ୍ଧାର କରିଥିଲେ। ଧରାକୋଟ ପୋଲିସ ଶବ ଜବତ କରି 14/2026 ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗଞ୍ଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।