ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଅଲ ଇଣ୍ଡିଆ କିଶାନ ମଜଦୂର ସଂଘ ପକ୍ଷରୁ ଏକ ଚାରି ଦଫା ଦାବୀପତ୍ର ପ୍ରଦାନ କରାଯାଇଛି। ରାଜ୍ଯ ସମ୍ପାଦକ ପ୍ରତାପ ନାୟକ,ବ୍ଲକ ସଭାପତି ଝିଲିକା ମଣ୍ଡଳ, ଉପ ସଭାପତି ଯକ୍ଷ ଗମାଙ୍ଗ, ବ୍ଲକ କମିଟି ସଭ୍ୟ ସାମୁଏଲ ମଣ୍ଡଳ,ରବି ଗମାଙ୍ଗ ଙ୍କ ସମେତ ସଂଖ୍ୟାଧିକ ଲୋକ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ମଧ୍ୟରେ ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚିତ ସମସ୍ତ ଆଦିବାସୀ ଙ୍କୁ ଜଙ୍ଗଲ ଜମି ଶିରୋନାମା ପ୍ରଦାନ କରିବା, ଶିରୋନାମା ପାଇଥିବା ସମସ୍ତ ଆଦିବାସୀ ଙ୍କୁ ଫାଇନାଲ ପଟ୍ଟା ପ୍ରଦାନ, ଗୃହହିନ ଓ ବାସହିନ ପରିବାର କୁ ତୁରନ୍ତ ବସୁନ୍ଧରା ଯୋଜନାରେ ସାମିଲ କରି ଘର ଡିହ ପଟ୍ଟା ପ୍ରଦାନ ଓ ଗତ ଲଘୁଚାପ ଜନିତ ବର୍ଷାରେ କ୍ଷୟ କ୍ଷତିର ଶିକାର ହୋଇଥିବା ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଅନ୍ତର୍ଭୁକ୍ତ ରହିଛି ।
ଘଟଣା ସମ୍ପର୍କରେ ତହସିଲଦାର ରାଜସ୍ୱ ଗ୍ରାମ ପରିସର ଭୁକ୍ତ ବ୍ୟକ୍ତି ମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ଏବଂ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆସୁଥିବା ଜମି ସମ୍ପର୍କରେ ଜଙ୍ଗଲ ବିଭାଗ ଅଧିକାରୀ ଯାହା ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଏ ଆଇ କେ ଏମ ଏସ ପକ୍ଷରୁ ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନଗଲେ ତହସିଲ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ ସମ୍ପାଦକ ପ୍ରକାଶ କରିଛନ୍ତି। ଗଞ୍ଜାମ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।