ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବେଡାଙ୍ଗପାଜୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ..

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବେଡାଙ୍ଗପାଜୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଖଜୁରୀପଡ଼ା ଥାନା ବୁରୁପଦା ଗ୍ରାମର ଉତ୍ସବ ମହାନନ୍ଦ ( ୬୦ ) ଶୁକ୍ରବାର ରାତିରେ ଉତ୍ସବ ଗୁଦାରୀ ଠାରେ ଏକ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେଇ ନିଜ ଗ୍ରାମକୁ ଫେରୁଥିଲେ l ବେଡାଙ୍ଗପାଜୁ ପୋଲ ଉପରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି l

ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହେଇଥିବା ଡାକ୍ତର କହିଛନ୍ତି l ଖଜୁରୀପଡ଼ା ପୁଲିସ ଶବ ବ୍ୟବଛେଦ କରାଇବା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରଛି l ଏ ନେଇ ମୃତକଙ୍କ ପୁଅ ଲକ୍ଷ୍ମୀଧର ଖଜୁରୀପଡ଼ା ଥାନାରେ ଏତଲା ଦାଏର କରିଛି l ଏତଲା କୁ ଭିର୍ତ୍ତିକରି ପୁଲିସ ତଦନ୍ତ କରୁଛି l