ସିଦ୍ଧାର୍ଥ ଓ କିଆରାଙ୍କ ବ୍ରେକଅପ୍‌!

ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା….

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ଓ ଅଭିନେତ୍ରୀ କିଆରା କିଛି ଦିନ ହେବ ସେମାନଙ୍କ ମଧ୍ୟରେ ଆଉ ସବୁ କିଛି ଠିକ ଠାକ୍‌ ଚାଲି ନଥିଲା । ସେଥିପାଇଁ ଶେଷରେ ସେମାନେ ଭାଙ୍ଗି ଦେଇଛନ୍ତି ସଂପର୍କ । ଏନେଇ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଯଦି ଉଭୟଙ୍କୁ ନାଇଟ ଡେଟ ବା ଫଙ୍କସନ ଗୁଡିକରେ ଏକାଠି ଦେଖିବାକୁ ନ ମିଳେ ତା’ହେଲେ ସେମାନଙ୍କ ମଧ୍ୟରେ ବ୍ରେକ ଅପ୍‌ ହୋଇଛି ବୋଲି ସ୍ପଷ୍ଟ ହୋଇଯିବ । ସୂଚନାଯୋଗ୍ୟ ଯେ, ଫିଲ୍ମ ‘ଶେରଶାହ’ର ଶୁଟିଂ ସେଟରେ ସିଦ୍ଧାର୍ଥ ଓ କିଆରାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଆଉ ଏହା ପ୍ରେମରେ ପରିଣତ ହୋଇଥିଲା ।