ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି

ଶ୍ରୀଲଙ୍କାରେ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା….

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ପୂର୍ବରୁ ମଧ୍ୟ ଶ୍ରୀଲଙ୍କାରେ ଆର୍ଥିକ ସଂକଟ କାରଣରୁ ଜରୁରୀକାଳୀନ ଘୋଷଣା କରାଯାଇଥିଲା । ସେହି ସମୟରେ ଏପ୍ରିଲ ୪ ତାରିଖରେ ଦେଶରେ ଜରୁରୀକାଳୀନ ଘୋଷଣା ହୋଇଥିଲା ସେହି ସମୟରେ ଶ୍ରୀଲଙ୍କା କେବଳ ଆର୍ଥିକ ସଂକଟ ନୂହେଁ, ବରଂ ରାଜନୈତିକ ଅସ୍ଥିରତାର ସାମ୍ନା କରିଥିଲା । ବିଗତ ଦିନରେ ବିରୋଧୀ ଦଳ ଦ୍ୱାରା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା । ଅନ୍ୟପଟରେ ମାସକ ପରେ ପୁଣିଥରେ ଜରୁରୀକାଳନୀ ଲାଗୁ ହେବାରୁ ଶ୍ରୀଲଙ୍କାରେ ଏହାକୁ ବିରୋଧ କରାଯାଇଛି । ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ମାଗିଛନ୍ତି । ସେିହପରି ପାର୍ଲିଆମେଣ୍ଟ ପରିସରକୁ ଯାଇଥିବା ସଡକକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା ଜଣାପଡିଛି ।