ଭୟଙ୍କର ଅଗ୍ନିକାଣ୍ଡରେ ୭ ଜଳିଗଲେ

ମଧ୍ୟପ୍ରଦେଶର ଇନ୍ଦୋର ସହରର ଏକ ତିନି ମହଲା କୋଠାରେ ଭୟଙ୍କର….

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର ସହରର ଏକ ତିନି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୭ ଜଣ ଜୀବନ୍ତ ଦଗ୍ଧ ଭାବେ ଜଳିଯାଇଛନ୍ତି । ଅଗ୍ନିକାଣ୍ଡର ଶିକାର ହୋଇଥିବା ଅନ୍ୟ ୮ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବିଜୟ ନଗରର ସ୍ୱର୍ଣ୍ଣବାଗ ଅଞ୍ଚଳରେ ତିନି ମହଲା କୋଠାରେ ବିଳମ୍ବିତ ରାତିରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ ।

ସେମାନେ ନିଆଁ ଲିଭାଇବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ । ତେବେ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ୮ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତଦନ୍ତରୁ ଜଣାପଡିଛି ଯେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି ।