ସିରିଜ ସଡକ ଦୁର୍ଘଟଣାରେ ୧୨ ମୃତ

ଉତ୍ତର ପ୍ରଦେଶର ମଥୁରା ନିକଟ ଯମୁନା ଏକ୍ସପ୍ରେସ-ମହାରାଷ୍ଟ୍ରର ନାଗପୁରରେ ସଡକ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରା ନିକଟ ଯମୁନା ଏକ୍ସପ୍ରେସ-ମହାରାଷ୍ଟ୍ରର ନାଗପୁରରେ ସଡକ ଦୁର୍ଘଟଣା ଘଟିଛି । ଏହି ୨ଟି ସଡକ ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଯମୁନା ଏକ୍ସପ୍ରେସରେ କାରକୁ ଅନ୍ୟ ଏକ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ପୁରୁଷ ଓ ଜଣେ ଶିଶୁ ଥିବା ଜଣାପଡିଛି । କାରରେ ଥିବା ଯାତ୍ରୀମାନେ ନୋଏଡାରେ ଆୟୋଜନ ହେଉଥିବା ଏକ ବିବାହ ସମାରୋହକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ସେହିପରି ମହାରାଷ୍ଟ୍ରର ନାଗପୁରରେ କାରକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ୩ ଜଣ ମହିଳାଙ୍କ ସମେତ ଦୁଇ ଜଣ ପୁରୁଷ ସାମିଲ ଅଛନ୍ତି ।