ବିଜ୍ଞାନ ମେଳାକୁ ବିଗାଡି ଦେଉଛି ଇଂରାଜୀ ଭାଷା

ଭୁବନେଶ୍ୱର: ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଅନୁଷ୍ଠିତ ବିଜ୍ଞାନମେଳାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ମହଲ ।   ମେଳାରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫୦ ଜଣ ପିଲା ସେମାନଙ୍କ ପ୍ରକଳ୍ପ ସହିତ ଭାଗ ନେଇଛନ୍ତି । ଅଧିକାଂଶ ପିଲା ଇଂରାଜୀ ଭାଷାରେ ପ୍ରକଳ୍ପ ସଂପର୍କୀତ ନାନା ବିବରଣୀ ପ୍ରଦାନ କରୁଛନ୍ତି । ମେଳାର ସବୁ ଦିଗରେ ଇଂରାଜୀରେ ଲିଖିତ ବ୍ୟାନର ଝୁଲୁଛି ।

ଓଡ଼ିଶାରେ ଅନୁଷ୍ଠିତ ବିଜ୍ଞାନମେଳାରେ ଓଡ଼ିଆ ଭାଷାର ପ୍ରାଧାନ୍ୟ ରହୁନି । ଅଧିକାଂଶ ଅଭିଭାବକଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଅନୁରାଗ ନାହିଁ ।

ମେଳାରେ ଭାଗ ନେଇଥିବା ଅଧିକାଂଶ ପିଲା ଇଂରାଜୀ ମିଡିୟମ ବିଦ୍ୟାଳୟରୁ ଆସିଛନ୍ତି । ମେଳା ଆୟୋଜକ ମହଲ ଓଡ଼ିଆ ମିଡିୟମ ସ୍କୁଲ ଓ ଶିଶୁ ମନ୍ଦିରକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି ।

ବୁଦ୍ଧିଜୀବୀଙ୍କ ମତାମତକୁ ଖଣ୍ଡନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ସଚିବ ସୁଧାକର ମହାପାତ୍ର । ସେ କହିଛନ୍ତି, ଇଂରାଜୀ ମିଡିୟମ ସ୍କୁଲକୁ ପ୍ରାଥମିକତା ଦିଆଯିବା ଅଭିଯୋଗ ଆଦୌ ଗ୍ରହଣୀୟ ନୁହେଁ । ମୁଁ ଅନୁରୋଧ କରୁଛି, ଓଡିଆ ମିଡିୟମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ପିଲାଙ୍କୁ ବିଜ୍ଞାନମେଳାରେ ଯୋଗଦାନ ପାଇଁ ଯୋଗ୍ୟ କରନ୍ତୁ ।