ବରଗଡ,(ସାକ୍ସୀ ନ୍ୟୁଜ୍): ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ଧାରୋଲ ଗ୍ରାମସ୍ଥିତ ଆରଏମସି ମଣ୍ଡି ପରିସରରେ ଆଜି ନୂତନ ଗୋଟାରୀ ମାର୍କେଟ୍ର ଶୁଭାରମ୍ଭ ହୋଇଛି। ଏହି ମାର୍କେଟ୍ରେ ଛେଳି , ମେଣ୍ଢା, ବତକ ଓ କୁକୁଡ଼ା ଆଦି ପଶୁପକ୍ଷୀଙ୍କର କ୍ରୟବିକ୍ରୟ ନିର୍ଦ୍ଧାରିତ ଭାଉ ମୁତାବକ କରଯାଇଛି ।
ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଟାରୀ ମାର୍କେଟ୍ର ଶୁଭ ଉଦ୍ଘାଟନ କରିଥିଲେ। ମାଣ୍ଡୋସିଲ ସରପଞ୍ଚ ଶ୍ରୀ ଓମପ୍ରକାଶ ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବାବେଳେ, ପଦ୍ମପୁର ଆରଏମସିର ସଚିବ ଶ୍ରୀ ରବିନାରାୟଣ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟିର ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ। ଧାରୋଲ ଅଞ୍ଚଳରେ ଏଭଳି ଏକ ସୁବ୍ୟବସ୍ଥିତ ଗୋଟାରୀ ମାର୍କେଟ୍ର ଶୁଭାରମ୍ଭ ହେବା ଦ୍ୱାରା ସ୍ଥାନୀୟ ବ୍ୟବସାୟୀ, ଚାଷୀ ଓ ପଶୁପକ୍ଷୀ ପାଳନକାରୀମାନେ ଉପକୃତ ହେବେ ବୋଲି ଆଶା ପ୍ରକାଶ ପାଇଛି।
ଧାରୋଲରେ ଗୋଟାରୀ ମାର୍କେଟ୍ ପ୍ରତିଷ୍ଠା ହେବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ସ୍ୱାଗତ କରାଯାଇଥିବା ଜଣାପଡିଛି ।