ଭୁବନେଶ୍ୱର ୟୁନିଟ୍ ୬ ହସ୍ପିଟାଲରେ ଅଚଳାବସ୍ଥା !

ଭୁବନେଶ୍ୱର ୟୁନିଟ୍ ୬ ସରକାରୀ ମୁଖ୍ୟ ଡାକ୍ତରଖାନାର ଭିତରେ ବାହାରେ କୁଢ଼ କୁଢ଼ ଅଳିଆ ।

ଡାକ୍ତରଖାନାରେ ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ ଏକାକାର ହୋଇଯିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ଡାକ୍ତରଖାନାର କୌଣସି ଶୌଚାଳୟ ସଫା କରା ନଯିବାରୁ ରୋଗୀ ଓ ସେମାନଙ୍କ ସଂପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦୁର୍ଗନ୍ଧମୟ ପରିବେଶରେ ରହିବା ପାଇଁ ରୋଗୀ ଓ ସଂପର୍କୀୟଙ୍କୁ ଏକରକମ ବାଧ୍ୟ କରାଯାଇଛି ।

ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଛି ବୋଲି ଡାକ୍ତରଖାନାର କିଛି ନର୍ସ କହିଛନ୍ତି ।

ସୁରକ୍ଷାକର୍ମୀ ଓ ଅଟୋ ଚାଳକଙ୍କ ବିବାଦ ଭିତରକୁ ସଫେଇ କର୍ମଚାରୀମାନେ ଧସେଇ ପଶି ଯାଇଛନ୍ତି ବୋଲି ଏକ ଅଭିଯୋଗ ମୁଣ୍ଡ ଟେକିଛି ।

ପୁଲିସ ଏ ମାମଲାରେ ନିରବଦ୍ରଷ୍ଟା ସାଜିଥିବାରୁ ପରିସ୍ଥିତି ଅଡୁଆ ଆଡକୁ ଗତି କରିଛି ।