ନଡିଆ କୋରୁଅର,ଆସନ୍ତୁ ଜାଣିବା ପ୍ରସ୍ତୁତି

ଏହାକୁ ନଡିଆ କୋରୁଅ କୁହାଯାଏ ଆମ ପୁରୀରେ ବହୁତ ନଡିଆ ଗଛ ବିଶେଷ କରି ଶାସନ ମାନଙ୍କରେ ଅଧିକ ଅଛି ବହୁ ପୁରୁଣା ସମୟରେ ଏହି ନଡିଆରୁ ପ୍ରସ୍ତୁତ ହେଉଥିଲା ନଡିଆ ତେଲ । ଏବେ ଲୋକେ ବଜାରରୁ କିଣି ଆଣି ବ୍ୟବହାର କରୁଚନ୍ତି । ଏହାର ତେଲ କାଢିବା ଟିକିଏ ପରିଶ୍ରମର କାମ ପରନ୍ତୁ ଶୁଦ୍ଧ ତେଲ ବାହାରେ । ପ୍ରଥମେ ଘରେ ଥିବା ସୁଖିଲା ନଡିଆକୁ ଛଡେଇ ଭାଂଗି କୋରଣାରେ କୋରାଯାଏ ,ତାପରେ ଗରମ ପାଣି ଦେଇ ଭଲକରି ଚିପୁଡା ହୁଏ ଏହାର ଦୋରୁଅ ବାହାରିଗଲା ପରେ କରିଆ ଗାମୁଛାରେ ଛାଣି ଏକ କଡେଇରେ ଧିମା ଆଂଚରେ ଗରମ କରାଯାଏ ଏହିପରି ଆଉଟା ଯାଏ ଏହା ଧିରେ ଧିରେ ତେଲରେ ପ୍ରସ୍ତୁତ ହୁଏ ।

 

ନାଲି ପଡିବା ପୂର୍ବରୁ ଧଳା କୋରୂଅ ବାହାର କରାଯାଏ ପରେ ନାଲି ପଡିଗଲେ ସମ୍ପୂର୍ଣ୍ଣ ଏକ କଂସା ବେଲାକୁ କରିଆ ଗାମୁଛାରେ ଢଳାଯାଏ ତାଳଗଛ କୋରଟରେ ଚିପୁଡିଲା ପରେ ତେଲ ବାହାର କରାଯାଏ ଆଃ କି ବାସ୍ନା ଏହିତେଲ ଦେହରେ ଲଗାଯାଏ,ସେ ସମୟରେ ଘରେ କାକରା ଆରିଷା ଆଦି ଛଣା ଯାଉଥିଲା ଆଉ କୋରୁଅର ସ୍ୱାଦ ନ କହିଲେ ସରେ ଯିଏ ଖାଇଚି ସେ ଜାଣେ ଏହାର ଉପକାରିତା । ଏହା ଆଉ ଆଗଭଳି ଘରେ କେହି କରୁ ନାହାନ୍ତି ତଥାପି କିଛି ବ୍ୟକ୍ତି ଘରେ କରନ୍ତି ।