ଓଡ଼ିଶାରେ ପ୍ରଯୁକ୍ତି ବିପ୍ଳବକୁ ନୂଆ ଦିଗ

AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଉଦ୍‌ଘାଟିତ…

ଭୁବନେଶ୍ୱର(ସାକ୍‌ସୀ ନ୍ୟୁଜ୍‌): ଭୁବନେଶ୍ୱରସ୍ଥିତ NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର କ୍ୟାମ୍ପସରେ ଜାପାନୀଜ୍ SAP ସଫ୍ଟୱେର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ସହିତ AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍‌ଘାଟନ ହୋଇଛି। ଏହି ଅବସର ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି ।

ଏହି ନୂତନ ପଦକ୍ଷେପ ଓଡ଼ିଶାର ବଢ଼ୁଥିବା ପ୍ରଯୁକ୍ତିଗତ ସାମର୍ଥ୍ୟ ଓ ନିବେଶ ପାଇଁ ରାଜ୍ୟର ଅନୁକୂଳ ପରିବେଶକୁ ପ୍ରତିଫଳିତ କରୁଛି। କୃତ୍ରିମ ବୁଦ୍ଧିମତା (AI), ରୋବୋଟିକ୍ସ, ସେମିକଣ୍ଡକ୍ଟର ଏବଂ ଆଧୁନିକ ଡିଜିଟାଲ୍ ପ୍ରାତିଷ୍ଠାନିକ ଢାଞ୍ଚା ଭଳି ଭବିଷ୍ୟତମୁଖୀ କ୍ଷେତ୍ରରେ ଓଡ଼ିଶା ଦ୍ରୁତଗତିରେ ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳ ଭାବେ ଆଗେଇ ଚାଲିଛି ।

ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଉନ୍ନତ ପ୍ରଯୁକ୍ତିରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି, ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ, ଶିଳ୍ପ-ଶିକ୍ଷାନୁଷ୍ଠାନ ସହଭାଗିତା ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପ୍ରଯୁକ୍ତି ସେବା ପ୍ରଦାନରେ ଓଡ଼ିଶାର ସାମର୍ଥ୍ୟ ଆହୁରି ସୁଦୃଢ଼ ହେବ। ବିଶେଷକରି ଯୁବପିଢ଼ିଙ୍କ ପାଇଁ ଉଚ୍ଚଦକ୍ଷତାଭିତ୍ତିକ ନିଯୁକ୍ତି ଓ ନୂଆ ସୁଯୋଗ ସୃଷ୍ଟିରେ ଏହା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ସୁଦୃଢ଼ କରୁଛି ।

ରାଜ୍ୟ ସରକାରଙ୍କ AI Policy, Semiconductor Policy ଏବଂ GCC Policy ମାଧ୍ୟମରେ ଭବିଷ୍ୟତର ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନାକୁ ସାକାର କରିବା ସହ ଓଡ଼ିଶାକୁ ଏକ ପ୍ରମୁଖ ଟେକ୍ନୋଲୋଜି ଓ ନବସୃଜନ ହବ୍ ଭାବେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ।

NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର ଏହି ପଦକ୍ଷେପ ଓଡ଼ିଶାରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀ ଓ ନିବେଶକମାନଙ୍କ ପାଇଁ ଥିବା ସୁଯୋଗକୁ ଆହୁରି ବ୍ୟାପକ କରିବ। ଏହା ଓଡ଼ିଶାର ‘Make in Odisha’ ଠାରୁ ‘Innovate in Odisha’ ଯାତ୍ରାକୁ ନୂଆ ଗତି ପ୍ରଦାନ କରିବା ସହ ରାଜ୍ୟକୁ ଏକ ଜ୍ଞାନଭିତ୍ତିକ ଓ ପ୍ରଯୁକ୍ତିନିର୍ଭର ଅର୍ଥନୀତି ଦିଗରେ ଆଗେଇ ନେବ ।