ପ୍ରାକ୍‌-ପ୍ରାଥମିକ ଶିକ୍ଷା ବିକାଶ କାର୍ଯ୍ୟକ୍ରମ ‘ଆରୋହଣ’

ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷର ….

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷର ଶୁଭ ଅବସରରେ ଭୁବନେଶ୍ୱରସ୍ଥିତ ଓଉଡଝ ପରିସରରେ ଅଭିନବ କାର୍ଯ୍ୟକ୍ରମ ‘ଆରୋହଣ’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଛୋଟ ପିଲାମାନଙ୍କୁ ତିଳକ ଲଗାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ପ୍ରଦାନ କରିବା ସହ ଏହି ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। “ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପାଦେ ଆଗକୁ” ସ୍ଲୋଗାନ୍‌ ସହ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରତ୍ୟେକ ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ଏକ ସାମୂହିକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉପସ୍ଥିତ ଶିଶୁ ଓ ଅଭିଭାବକମାନଙ୍କୁ ସମ୍ବୋଧିତ କରି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଶୁର ଜନ୍ମଠାରୁ ପ୍ରଥମ ଛଅ ବର୍ଷ ମଧ୍ୟରେ ମସ୍ତିଷ୍କର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ସେଥିପାଇଁ ‘ପୋଷଣପକ୍ଷ-୨୦୨୬’ ଅବସରରେ ସରକାର ପ୍ରାକ୍‌-ପ୍ରାଥମିକ ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ ମୃଣାଳିନୀ ଦାର୍ସୱାଲ, ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଭାରପ୍ରାପ୍ତ ନିର୍ଦ୍ଦେଶିକା (ଆଇସିଡିଏସ୍‌) ସ୍ୱୟଂପ୍ରଭା ମହାନ୍ତି, ଅତିରିକ୍ତ ଶାସନ ସଚିବ ଇତିଶ୍ରୀ ଦାସ, ଏବଂ ଏନ୍‌ସି. ଜ୍ୟୋତି ରଞ୍ଜନଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ସହଯୋଗୀ ସଂଗଠନ ଉପସ୍ଥିତ ଥିଲେ।