ବିଜାପୁର ଜିଲ୍ଲାରେ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଗୁଳିବିନିମୟ । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ । ମୃତ ମାଓବାଦୀ ହେଉଛନ୍ତି ବିଜାପୁର ନକ୍ସଲ ସଂଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ । ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ତିନି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ତେବେ ଗୁଳି ବିନିମୟ ବେଳେ ରାମଲୁ ହେମଲା ନାମକ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି ।