ଭାରତକୁ ରିହାତି ମୂଲ୍ୟରେ ତୈଳ ଯୋଗାଇବାକୁ ଋଷର ପ୍ରସ୍ତାବ

ନୂଆଦିଲ୍ଲୀ: ଋଷ ଉପରେ ଏବେ ପ୍ରତିବନ୍ଧକ ଲଗାଇଛନ୍ତି ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର । ଋଷ ଠାରୁ ତୈଳ କିଣିବାକୁ ମନା କରିଦେଇଛନ୍ତି ଅନେକ ଦେଶ । ଏଭଳି ସ୍ଥିତିରେ ରିହାତି ଦରରେ ତୈଳ ବିକିବାକୁ ପ୍ରସ୍ତାବ ଦେଇଛି ଋଷ । ଭାରତ ସହ ଋଷର ସମ୍ପର୍କ ଭଲ ଥିବାବେଳେ ଭାରତକୁ ଏହାର ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି ।

ୟୁକ୍ରେନ ଆକ୍ରମଣକୁ ନେଇ ଋଷ ଉପରେ ଆର୍ଥିକ ଓ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇଛନ୍ତି ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର । । ଏପରି ସ୍ଥିତିକୁ ସାମନା କରୁଛି ଋଷୀୟ ତୈଳ କମ୍ପାନୀ । ଏହି ସମୟରେ ଭାରତ ସହ ବ୍ୟାପାର କରି ନିଜର ଆର୍ଥିକ କ୍ଷେତ୍ରକୁ ମଜବୁତ୍ କରିବାକୁ ଚାହୁଁଛି ଋଷ । ଋଷୀୟ ତୈଳ କମ୍ପାନୀ ଗୁଡିକ ଭାରତକୁୁ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦର ଠାରୁ ୨୫ରୁ ୨୭ ପ୍ରତିଶତ ରିହାତି ଦରରେ ତୈଳ ଯୋଗାଇବାକୁ ଚାହୁଁଛି ଋଷ ।