ପ୍ରଧାନମନ୍ତ୍ରୀ ଜାନୁୟାରୀ ୧୫ରେ ସିକନ୍ଦରାବାଦକୁ ବିଶାଖାପଟ୍ଟନମ ସହ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ

ଏହା ରେଳ ଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଓ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ….

ଭୁବେନେଶ୍ଵର, ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୫ ପୂର୍ବାହ୍ନ ୧୦.୩୦ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିକନ୍ଦରାବାଦକୁ ବିଶାଖାପଟ୍ଟନମ ସହ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ହଲାଇ ଶୁଭାରମ୍ଭ କରିବେ ।

ଏହା ଭାରତୀୟ ରେଳବାଇ ଦ୍ୱାରା ଆରମ୍ଭ ହୋଇଥିବା ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ହେବ ଓ ପ୍ରାୟ ୭୦୦ କିଲୋମିଟର ଅତିକ୍ରମ କରି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଭଳି ଦୁଇ ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ଯୋଡୁଥିବା ପ୍ରଥମ ଟ୍ରେନ ହେବ । ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମ, ରାଜମହେନ୍ଦ୍ରୀ ଓ ବିଜୟୱାଡା ଷ୍ଟେସନ ଓ ତେଲେଙ୍ଗାନାର ଖମ୍ମାମ, ୱାରାଙ୍ଗଲ ଓ ସିକନ୍ଦରାବାଦ ଷ୍ଟେସନରେ ଏହି ଟ୍ରେନର ଷ୍ଟପେଜ ରହିବ ।

ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଉନ୍ନତମାନର ଯାତ୍ରୀ ସୁବିଧା ଉପଲବ୍ଧ । ଏହା ରେଳ ଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଓ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ ।