ମକର ସଂକ୍ରାନ୍ତି: ସନ୍ତୁଷ୍ଟ କରନ୍ତୁ ସୂର୍ଯ୍ୟଦେବଙ୍କୁ

ପ୍ରଭୁଙ୍କୁ ଅର୍ପଣ କରି ପ୍ରସାଦ ରୂପେ ଗ୍ରହଣ କରନ୍ତୁ…

ଓଡ଼ିଶାରେ ମକର ସଂକ୍ରାନ୍ତି ୧୪ ତାରିଖରେ ପଡୁଛି । ମାତ୍ର ସେହିଦିନ ରାତି ୯ଟାରେ ସୂର୍ଯ୍ୟଦେବ ମକର ରାଶିକୁ ଚଳନ କରୁଥିବାରୁ ମାଘସ୍ନାନ ପାଇଁ ୧୫ ଜାନୁଆରୀ ସକାଳ ୬ଟା ୪୭ ମିନିଟରୁ ସନ୍ଧ୍ୟା ୫ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ଉପଯୁକ୍ତ ସମୟ । ମହାପୁଣ୍ୟ ସମୟ ସକାଳ ୭ଟା ୧୫ ମିନିଟରୁ ଆରମ୍ଭ ହୋଇ ୯ଟା ୦୬ ମିନିଟ୍‌ ପର୍ଯ୍ୟନ୍ତ ରହିବ । ସେହି ସମୟ ଭିତରେ ସ୍ନାନ ଓ ଦାନ କରିବା ଶୁଭଦାୟକ।

ସକାଳେ ସ୍ନାନ ସାରି ନୋଟାରେ ଲାଲଫୁଲ ଓ ଅକ୍ଷତ ପକାଇ ସୂର୍ଯ୍ୟଙ୍କ ଅର୍ଘ୍ୟ ଦିଅନ୍ତୁ । ସୂର୍ଯ୍ୟଙ୍କ ବୀଜମନ୍ତ୍ର ଜପ କରନ୍ତୁ । ଶ୍ରୀମଦ୍‌ଭାଗବତର ଗୋଟିଏ ଅଧ୍ୟାୟ ପାଠ କରନ୍ତୁ ଅବା ଗୀତା ପାଠ କରନ୍ତୁ । ନୂଆ ଚାଉଳ, କମ୍ବଳ, ତିଳ ଓ ଘିଅ ଦାନ କରନ୍ତୁ । ନୂଆ ଚାଉଳରେ ଖିଚଡ଼ି କରନ୍ତୁ । ପ୍ରଭୁଙ୍କୁ ଅର୍ପଣ କରି ପ୍ରସାଦ ରୂପେ ଗ୍ରହଣ କରନ୍ତୁ । ସନ୍ଧ୍ୟା ପରେ ଅନ୍ନ ଗ୍ରହଣ କରନ୍ତୁ ନାହିଁ । ସେଦିନ ଗରିବ ଲୋକଙ୍କୁ ବାସନକୁସନ ସହିତ ଡାଲି ଚାଉଳ ଦାନ କଲେ ଶନିଙ୍କ ପୀଡ଼ାରୁ ମୁକ୍ତି ମିଳେ ।

ମକର ସଂକ୍ରାନ୍ତି ଦିନ କରନ୍ତୁ ଏହି ଉପାୟ:

୧-ମକର ସଂକ୍ରାନ୍ତି ଦିନ ପାଣିରେ କଳାରାଶି ପକାଇ ଗାଧୋଇଲେ, ସବୁ ରୋଗରୁ ମୁକ୍ତି ମିଳେ ।

୨-ସ୍ନାନ ସାରିବା ପରେ ଜଳରେ କଳାରାଶି ପକାଇ ସୂର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟ ଦାନ କଲେ, ଭାଗ୍ୟଦେବୀ ପ୍ରସନ୍ନ ହୁଅନ୍ତି ।

୩-ସେହିଦିନ କମ୍ବଳ, ଗରମ ପୋଷାକ, ଘିଅ, ଡାଲି ଓ ଚାଉଳର ଖିଚିଡ଼ି ଦାନ କଲେ, ଅଜାଣତରେ କରିଥିବା ପାପରୁ ମୁକ୍ତି ମିଳେ, ଜୀବନରେ ଯାବତୀୟ ସୁଖସମୃଦ୍ଧି ପ୍ରାପ୍ତ ହୁଏ ।

୪-ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ନିମନ୍ତେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିବା ଜଳରେ କିଛି କଳାରାଶି ପକାନ୍ତୁ । ଏପରି କରିବା ଫଳରେ ପିତୃଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୫-ଆର୍ଥିକ ସଂକଟରୁ ଉଦ୍ଧାର ପାଇଁ ଘରେ ସୂର୍ଯ୍ୟଙ୍କ ଯନ୍ତ୍ରକୁ ବିଧିପୂର୍ବକ ସ୍ଥାପନ କରି ସୂର୍ଯ୍ୟଙ୍କ ମନ୍ତ୍ରକୁ ୫୦୧ ବାର ଜପ କରନ୍ତୁ ।

୬-କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦୋଷରୁ କ୍ଷାନ୍ତ ପାଇଁ ନଦୀରେ ପ୍ରବାହିତ ଜଳରେ ତମ୍ବା ମୁଦ୍ରା ପକାଇ ଦିଅନ୍ତୁ ।