ଭୂକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର

କଳାହାଣ୍ଡି: କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଗୁରୁବାର ଦିନ କଳାହାଣ୍ଡି ଓ ନବରଙ୍ଗପୁରରେ କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ଏହି ଭୂକମ୍ପ ଝଟ୍‌କାରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ ଅଞ୍ଚଳରେ ମୃଦୁ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଲୋକ ଭୟଭୀତ ହୋଇ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ତେବେ ଏବେ ଯାଏଁ ଭୁକମ୍ପର କେନ୍ଦ୍ରସ୍ଥଳୀ ସଂପର୍କରେ କିଛି ସୂଚନା ମିଳିନାହିଁ