ଭୁଶୁଡିଲା ଛୋଟ ନାଳ ଯିବାଆସିବ ବନ୍ଦ

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ବୁଢୀକାପୁଡି ପଂଚାୟତ ପୁରନ୍ଦରପୁର ଦେଇ ଏକ ନାଳ ବହିଯାଇଛ, ଲଗାଣ ବର୍ଷା ହେତୁ ନାଳଟି ଭୁଶୁଡି ଯାଇଛି।ଫଳରେ ଯାତାୟାତ ବନ୍ଦ ହୋଇ ଯାଇଛି, କାଉଁରୀ କଲା ଏବଂ ପୁରନ୍ଦରପୁର ରେ ସ୍କୁଲ ଥିବାରୁ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ସ୍କୁଲ କୁ ଯାଇଥାନ୍ତି ପୋଲ ଟି ଭୁଶୁଡି ଯାଇ ଥିବାରୁ ଛାତ୍ରଛାତ୍ରୀ ଙ୍କ ପାଠ ପଢାରେ ସମସ୍ୟା ଦେଖାଯାଇଛି ।

ଅନ୍ୟ ପଟେ ପୁଟୁଗାଁ ଓ ସରସିଙ୍ଗା ରେ ସାପ୍ତାହିକ ହାଟ ବସିଥାଏ। ଏହି ରାସ୍ତା ଦେଇ ପିଛୁଳା ବେଡା, କାଉଁରୀ କଲା, ରସବନ୍ତଳା, ଟୁକୁଡିହା ପୁରନ୍ଦରପୁର ର ଚାଷୀ ଭାଈ ମାନେ ସାପ୍ତାହିକ ହାଟକୁ ଯାଇ ପନିପରିବା କିଣା ବିକା କରିଥାନ୍ତି। ତାହାମଧ୍ୟ ସମସ୍ୟା ଦେଖା ଦେଇଛି । ଦୀର୍ଘ ଦିନହେବ ଏହି ପୋଲଟି ନିର୍ମାଣ ହୋଇ ଥିଲା ।

କେବଳ ହୋମପାଇପ ବିଛାଇ ପଥର ଓ ମରମ ରେ ନିର୍ମାଣ କରିଥିଲା ଉପର ଭାଗ କଂକ୍ରିଟ ନ ଥିବାରୁ ତାହା ଭୁଶୁଡି ଯାଇଛି। ଯଦି ପୁରନ୍ଦପୁର ମହାନ୍ତ ସାହିର କାହାର ଦେହ ଖରାପ ହୁଏ ତେବେ ଆମ୍ବୁଲାନ୍ସ ମଧ୍ୟଆସିପାରିବ ନାହିଁ। ଏଣୁ ଭୁଶୁଡି ଯାଇଥିବା ପୁଲଟିକୁ ମରାମତି କରିବାକୁ ଗ୍ରାମ ବାସି ଦାବି ରଖିଛନ୍ତି ।