ବାରିପଦା(ସାକ୍ସୀ ନ୍ୟୁଜ୍): ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମହିଳାଙ୍କ ପାଇଁ ଘରୋଇ ହିଂସା ସୁରକ୍ଷା ଅଇନି -୨୦୦୫ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏଥିରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଯୁକ୍ତ ମହାରଣା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ପୋଲିସ ଅଧିକାରୀ, ଶକ୍ତି ସଦନ, ସଖି ସେଣ୍ଟର କର୍ମକର୍ତ୍ତା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ପରିବାର ପରାମର୍ଶ କେନ୍ଦ୍ରର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିବା ଶ୍ରୀମତୀ ପାର୍ବତୀ ବାରିକ ଘରୋଇ ହିଂସାର ମୁଖ୍ୟ ସମସ୍ୟା ଓ କାରଣ ଯେପରିକି ଯୌତୁକ ପ୍ରଥା, ଆର୍ଥିକ ଲୋଭ, ନିଶା ସେବନ ଓ ପାରିବାରିକ କଳହ, ଆର୍ଥିକ ଅସହାୟତା, ବିଷୟରେ ଆଲୋଚନା କରିବା ସହିତ ଘରୋଇ ହିଂସା ସୁରକ୍ଷା ଆଇନ ୨୦୦୫ ସମ୍ୱନ୍ଧରେ ବିସ୍ତୃତ ଭାବରେ ବୁଝାଇ କହିଥିଲେ, ମେଡିକାଲ ଅଫିସର ଡ଼କ୍ଟର ଶ୍ରୀମତୀ ସୁକାନ୍ତି ଦାସ, ଏହି ଅଇନିର ସମସ୍ତ ଦିଗ ଓ ସମସ୍ତ ଅଧିକାରୀଙ୍କର ଦାଇତ୍ୱ ବିଷୟରେ ଉଲ୍ଲେଖ କରିଥିଲେ, ପିଡିତା ମାନେ କିପରି ଅଭିଯୋଗ ଦାଖଲ କରିପାରିବେ, କମ ବୟସର ଝିଅ ମାନଙ୍କ ମଧ୍ୟରେ ମାତୃତ ଲାଭ ହାର ଅଧିକ ହେଉଥିବାରୁ ଏହାର କିପରି ନିରାକରଣ କରାଯାଇପାରିବ ଓ ପୀଡିତା ମାନଙ୍କୁ କିପରି ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ସେ ଉପରେ ପ୍ରଶିକ୍ଷାର୍ଥି ବୁଝାଇ କହିଥିଲେ ।
ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିବା ମ୍ୟୁନିସିପାଲିଟିର ଅଫିସର ଅମ୍ରିତା ନାଏକ ମହିଳା ମାନଙ୍କ ଉପରେ ହେଉଥିବା ଅନୀତି ଅତ୍ୟାଚାର କିପରି ଅଇନି ଅନୁଯାଇ ରୋକାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି ମାଧ୍ୟମରେ ଘରେଇ ହିଂସା ହେଉଛି ପରିବାର ମଧ୍ୟରେ ସ୍ୱାମୀ ସ୍ତ୍ରୀ କିମ୍ବା ଅନ୍ୟ ପରିବାରର ସଦସ୍ୟ ଦ୍ୱାରା କରାଯାଉଥିବା ଶାରୀରିକ, ଭାବନାତ୍ମକ, ଯୌନ କିମ୍ବା ଆର୍ଥିକ ନିର୍ଯାତନା। ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ଆଇନ ରହିଛି। ଏହି ଆଇନିକୁ କିପରି ଭାବରେ ଲୋକ ମାନଙ୍କ ନିକଟରେ ପହଞ୍ଚା ଯାଇପାରିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ। ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମକର୍ତ୍ତା ୟୁନିସେଫର ଜିଲ୍ଲା ସଂଯୋଜକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।