‘ବାସ୍‌, ମୋ ପାଇଁ ମୁଖ୍‌ତାର ଗୋଟିଏ ଲାସ’

ନୂଆଦିଲ୍ଲୀ: ‘ଟଙ୍କା କମାଇବା ପାଇଁ ଅପରାଧ ବାଟକୁ ଆଦରି ନେବା କ’ଣ ଦରକାର? ମଲାପରେ ସମସ୍ତେ ଗୋଟିଏ ଠିକଣାରେ ଏକାଠି ହେବା । କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁଖ୍‌ତାର ପାଇଁ କବର ଖୋଳିବି ଭାବି ନଥିଲି । କବଳ ଖୋଳିବା ମୋର ପେଶା । ପ୍ରତିଷ୍ଠାତା ରାଜନେତାଙ୍କ ପାଇଁ ଗାତ ଖୋଳିଲେ ଯେତିକି ପାରିଶ୍ରମିକ ପାଉଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ପାଇଁ ଗାତ ଖୋଳିଲେ, ସେତିକି ପାରିଶ୍ରମିକ ପାଇବି । ସାଧାରଣ ଲୋକଙ୍କ ପାଇଁ କବର ଖୋଳିଲେ ମଧ୍ୟ ମୋର ପ୍ରାପ୍ୟ ସବୁବେଳେ ସମାନ ।’

କୁଖ୍ୟାତ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖ୍‌ତାର ଆନସାରୀଙ୍କ ପାଇଁ କବର ଖୋଳୁଥିବା ଗିରିଧାରୀ ଲାଲ ଏଭଳି କଥା କହିଛନ୍ତି । ତାଙ୍କ ମତରେ ଭଲ ଲୋକ ହୋଇ ଦୁନିଆରେ ରହିବା ସବୁଠାରୁ ଭଲ । ଟଙ୍କା ପଛରେ ବାଇ ହୋଇ ଅପରାଧ ଦୁନିଆରେ ପାଦ ଦେବା ଅନୁଚିତ । ଡାକ୍ତର, ଇଂଜିନିୟର, ରାଜନେତା ହେବାର ଅସୁବିଧା କିଛି ନାହିଁ । ମାତ୍ର ରାଜନୀତି କରିବା ପାଇଁ ଅପରାଧୀ ହେବା ଜରୁରୀ ନୁହେଁ ।