୯ ବର୍ଷ ବୟସରେ ବାପାଙ୍କ ମାଡ଼ ଖାଇଥିଲେ ରଣବୀର

ମୁମ୍ବାଇ: ଦିବଂଗତ ଅଭିନେତା ରିଷି କପୁରଙ୍କ ନିକଟରୁ ଜୀବନରେ ମାତ୍ର ଥରୁଟିଏ ମାଡ଼ ଖାଇଥିଲେ ରଣବୀର କପୁର ତାହା ପୁଣି ମାତ୍ର ୯ ବର୍ଷ ବୟସରେ । ମାର୍ଚ୍ଚ ୩୧ ତାରିଖରେ ନେଟଫ୍ଲିକ୍ସରେ ପ୍ରସାରିତ ‘କପିଲ ଶର୍ମା ସୋ’ରେ ରଣବୀର କପୁର କହିଥିଲେ ଯେ ଆରକେ ଷ୍ଟୁଡିଓରେ ଅନୁଷ୍ଠିତ ଦିପାବଳୀ ପୂଜା ସମୟରେ ଗୋଡ଼ରୁ ଜୋତା କାଢ଼ି ନଥିବାରୁ ବାପାଙ୍କ ନିକଟରୁ ସେ ମାଡ଼ ଖାଇଥିଲେ ।

ରିଷି କପୁର ଧର୍ମପରାୟଣ ଥିଲେ ଓ ନିଷ୍ଠାର ସହ ପୂଜାର୍ଚ୍ଚନା କରିବାକୁ ଭଲ ପାଉଥିଲେ । ଚପଳମତି ରଣବୀର ଚପଲ ପିନ୍ଧି ମନ୍ଦିର ଭିତରକୁ ପଶିଗଲେ । ତାକୁ ଦେଖି ରିଷି ରାଗିଗଲେ । ବାସ୍‌ ବାଜିଲା ଠାଏ ଠାଏ ।