କଟକ ଲୋକସଭା ଆସନଟା କାହାର? ବିଜେଡି ନା ଭର୍ତୃହରି?

ଭୁବନେଶ୍ୱର: ବିଜେପି ପକ୍ଷରୁ କଟକ, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କଟକ ଲୋକସଭା ଆସନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଭର୍ତୃହରି ମହତାବ । ମାତ୍ର କିଛିଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତୃହରି । ଯାଜପୁର ଲୋକସଭା  ଆସନରୁ ପ୍ରାର୍ଥୀ ହୋଇଛନ୍ତି ରବିନ୍ଦ୍ର ନାରାୟଣ ବେହେରା । ଯାଜପୁର ଲୋକସଭା ଆସନଟି ଅନୁସୂଚୀତ ଜାତିର ଲୋକଙ୍କ ପାଇଁ ସଂରକ୍ଷିତ । କନ୍ଧମାଳ ଆସନରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ସୁକାନ୍ତ କୁମାର ପାଣିଗ୍ରାହୀ ।

କଟକ ଲୋକସଭା କ୍ଷେତ୍ରଟି ବିଜେଡି ଗଡ଼ ନା ଭର୍ତୃହରି ମହତାବଙ୍କ ଗଡ଼; ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । କିଏ କାହା ଦୟାର ପାତ୍ର ଥିଲା ତାହା ଜାଣିବା ପାଇଁ ବିଜେପି ଭର୍ତୃହରିଙ୍କୁ ଯୋଦ୍ଧା ରୂପେ ଘୋଷଣା କରିଛି ।