ଅସହ୍ୟ ତାତି, ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ

ଭୁବନେଶ୍ୱର: ବୈଶାଖ ମାସ ପୂର୍ବରୁ ସାରା ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭବ କରାଯାଇଛି । ଶନିବାର ମାଲକାନାଗିରି ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ଥିଲା । ବୌଦ୍ଧ ଓ ଟିଟିଲାଗଡ଼ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ଥିଲାବେଳେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୭ ଡିଗ୍ରୀ ଥିଲା ।

ବଲାଙ୍ଗୀର ଓ ନୟାଗଡ଼ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ଥିଲା ।

ପ୍ରବଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ରିଲିଫ କମିଶନର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଅଂଶୁଘାତ ପ୍ରତିକାର ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

୨୦୨୪ ଏପ୍ରିଲ ୨ ତାରିଖରୁ ସବୁ ବିଦ୍ୟାଳୟ ଖୋଲିବାକୁ ଯାଉଛି । ସ୍କୁଲଗୁଡ଼ିକ ସକାଳ ୭ଟାରେ ଖୋଲିବ ଓ ଦିନ ୧୧ଟାରେ ବନ୍ଦ କରାଯିବ ।