ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ହିଞ୍ଜିଳି: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଧୋବଡିପାଟପୁର ଗ୍ରାମରୁ  ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି । ମୃତକଙ୍କ ନାମ ସଂଜୟ କୁମାର ନାୟକ ଓ ତାଙ୍କ ଘର ହନ୍ତସା ଗ୍ରାମରେ ।ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଧୋବଡ଼ିପାଟପୁର ଗ୍ରାମର ଗୋଟିଏ ଅଧାଗଢ଼ା ଘର ସାମ୍ନା ରାସ୍ତା ଉପରେ ଯୁବକଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ମୃତ ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଥିଲା ।

ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହଟିକୁ ଜବତ କଲା । ପ୍ରାଥମିକ ଅନୁସନ୍ଧାନ ପରେ ପୁଲିସ ସନ୍ଦେହ କରୁଛି ଯେ ଯୁବକଙ୍କୁ ହତ୍ୟା କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ପୁଲିସ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ କରିବ ।