ବନ୍ଧୁକ ଫୁଟାଇ ଦମ୍ପତିଙ୍କ ନିକଟରୁ ସୁନାଗହଣା ଝାମ୍ପିନେଲେ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ତିନିଜଣ ଅପରାଧପ୍ରବଣ ଲୋକ ମିଳିତ ଭାବେ ଦମ୍ପତିଙ୍କୁ ଆକ୍ରମଣ କରି ସେମାନଙ୍କ ନିକଟରୁ ସୁନା ଗହଣା ଲୁଟିଛନ୍ତି ।ସୂଚନା ମୁତାବକ, ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଗୋଟିଏ ସ୍କୁଟିରେ ବସି ଟୋଲଙ୍କପଡ଼ା ଅଭିମୁଖେ ଯାଉଥିଲେ ।

ଗୋଟିଏ ପଲସରରେ ତିନିଜଣ ଦୁର୍ବୃତ ଆସି ସେମାନଙ୍କ ବାଟ ଓଗାଳିଲେ । କ’ଣ ପାଇଁ ବାଟ ଓଗାଳିଲ ବୋଲି ନିଗମ ପଚାରିଲେ । ଲୁଟେରାମାନେ ଜବାବ ଦେବା ବଦଳରେ ତିନି ରାଉଣ୍ଡ ଗୁଳି ଫୁଟାଇ ଦମ୍ପତିଙ୍କୁ ଡରାଇଦେଲେ । ସୁନାଗହଣା ଝାମ୍ପିନେଇ ପଳାୟନ କରିଥିଲେ ।

କାନମୁଣ୍ଡା ଆଉଁସି ଦମ୍ପତି ଘଷିପୁରା ଥାନାକୁ ଯାଇ ସବୁକଥା ଜଣାଇଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।