୧୬ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ପ୍ରାୟ ୧୬କୋଟି ଟଙ୍କାର କାରବାର

ଭୁବନେଶ୍ୱର,ତା ୧୦/୦୪ : ୧୬ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପିତ ହୋଇଛି। ଏଥିରେ ଓଡିଶା ସମେତ ୨୪ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ। ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରି ତଥା ପ୍ରଦର୍ଶିତ ହୋଇଥିଲା। ୧୦ଦିନ ଧରି ଚାଲିଥିବା ଏହି ଜାତୀୟସ୍ତରର ମେଳାରେ ପ୍ରାୟ ୧୬କୋଟି ଟଙ୍କାର କାରବାର ହୋଇଛି ।