କେୱାଇସି ଅପ୍‌ଡେଟ୍‌ ଆଳରେ ଠକାମି ପ୍ରତି ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କରେ କେୱାଇସି ଅପ୍‌ଡେଟ୍‌ ଆଳରେ ଅନ୍‌ ଲାଇନ୍‌ ଠକମାନଙ୍କ ହାବୁଡ଼ରେ ନ ଫସିବା ପାଇଁ ରିଜର୍ଭ ବ୍ୟାଙ୍କ ତାଗିଦ୍‌ କରିଛି । ଦିନକୁ ଦିନ ସୂଚନାପ୍ରଯୁକ୍ତି ଜ୍ଞାନକୌଶଳର ଅପବ୍ୟବହାର ବୃଦ୍ଧି ପାଉଛି । ଠକମାନେ ଅଭିନବ ଉପାୟରେ ସାଧାରଣ ଲୋକଙ୍କ ପକେଟରୁ ଟଙ୍କା ଖସାଇବା ପାଇଁ ବ୍ୟାଙ୍କିଙ୍ଗ ଆଦବ କାଇଦାକୁ ବ୍ୟବହାର କରୁଛନ୍ତି ।

ବ୍ୟାଙ୍କ ଅପ୍‌ଡେଟ୍‌ ପାଇଁ କେହି ଫୋନ୍‌ କଲେ ଆପଣ ଯୋଉ ଶାଖାରେ ଖାତା ଖୋଲିଛନ୍ତି । ବ୍ୟକ୍ତିଗତ ଭାବେ ସେହି ଶାଖାକୁ ଯାଆନ୍ତୁ । ବ୍ୟାଙ୍କ ଅଧିକାରୀଙ୍କ ସହିତ କଥା ହୋଇ ବାସ୍ତବିକ ସ୍ଥିତି ପରଖି ନିଅନ୍ତୁ ।ଏହାଦ୍ୱାରା ଆପଣଙ୍କ ବହୁ ମୂଲ୍ୟବାନ ସମୟ ନଷ୍ଟ ହେବ । ମାତ୍ର ତାହା ଆପଣଙ୍କୁ ଯେକୌଣସି ଅନ୍‌ ଲାଇନ୍‌ ଠକଙ୍କ ହାବୁଡ଼ରୁ ରକ୍ଷା କରିବ ।