ନିଟ୍‌ ୨୦୨୪ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନ୍ୟାସନାଲ ଇଲିଜିବିଲିଟି କମ୍‌ ଏଂଟ୍ରାନ୍ସ ଟେଷ୍ଟ (ୟୁଜି) ୨୦୨୪ ପାଇଁ ଅନ୍‌ ଲାଇନ୍‌ ଆବେଦନ ୱିଣ୍ଡୋକୁ ଖୋଲି ଦିଆଯାଇଛି । ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ୟୁଜି ୨୦୨୪ ପରୀକ୍ଷା ଦେବାକୁ ଚାହୁଁଥିବା ପିଲାମାନେ ମାର୍ଚ୍ଚ ୯ ତାରିଖ ସୁଦ୍ଧା ଆବେଦନ କରିପାରିବେ । ସୂଚନା ମୁତାବକ ମେ’ ୫ ତାରିଖରେ ନିଟ୍‌ ୟୁଜି ୨୦୨୪ ପରୀକ୍ଷା ଅନୁଷ୍ଠିତ ହେବ ।

ଆଗ୍ରହୀ ପିଲାମାନେ ପରୀକ୍ଷାରେ ବସିବା ପାଇଁ ଆବଶ୍ୟକ ପରୀକ୍ଷା ଫିସ୍‌ ସମେତ ଅନ୍ୟାନ୍ୟ ଡକୁମେଂଟ ଗୁଡ଼ିକର ନକଲ ଅନ୍‌ ଲାଇନ୍‌ ପଞ୍ଜୀକରଣ ଫର୍ମ ସହିତ ଆଟାଚ୍‌ କରିବେ ।ନିଟ୍‌ ୟୁଜି ୨୦୨୪ ପରୀକ୍ଷାରେ ଭାଗ ନେବାକୁ ଚାହୁଁଥିବା ପିଲାଙ୍କର ବୟସ ଅନ୍ୟୁନ ୧୭ ବର୍ଷ ହେବା ଜରୁରୀ । ପିଲାମାନେ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଜରୁରୀ । ପିଲାଙ୍କୁ ଇଂରାଜୀ, କେମେଷ୍ଟ୍ରି, ବାୟୋଲୋଜି ଓ ଫିଜିକ୍ସ ପରୀକ୍ଷା ଦେବାକୁ ପଡ଼ିବ ।