ହସ୍ପିଟାଲରେ ବର୍ଷୀୟାନ ଅଭିନେତା ମିଥୁନ ଦା’

ମୁମ୍ବାଇ: ଶନିବାର ସକାଳ ପ୍ରାୟ ୯ଟା ରେ ୭୩ ବର୍ଷୀୟ ଅଭିନେତା ମିଥୁନ ଚକ୍ରବର୍ତୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କୋଲକାତାର ଏକ ଘରୋଇ ନର୍ସିଂ ହୋମ୍‌ରେ ତାଙ୍କର ଚିକିତ୍ସା ଚାଲିଛି ।ହସ୍ପିଟାଲର ବଛାବଛା ଡାକ୍ତରମାନେ ତାଙ୍କୁ ସୁସ୍ଥ କରିବାକୁ ଲାଗି ପଡ଼ିଛନ୍ତି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମିଥୁନ ଏବେ ଭଲ ଅଛନ୍ତି । ସେ ସମସ୍ତଙ୍କ ସହ କ୍ଷୀଣ ସ୍ୱରରେ କଥା ହୋଇପାରୁଛନ୍ତି ।

ସେ ଏବେ ଅଧିକ ଦୁର୍ବଳ ଅନୁଭବ କରୁଛନ୍ତି । ଜାତୀୟ ପୁରସ୍କାର ବିଜେତା ମିଥୁନଙ୍କ ମସ୍ତିଷ୍କର ଏମ୍‌ଆରଆଇ, ରେଡିଓଲୋଜି ଓ ଲାବ୍‌ ଟେଷ୍ଟ କରାଯାଇଛି ।ଜୀବନଚର୍ଯ୍ୟା: ହାତ ମିଳାଇବା ଶୈଳୀ କହିବ ଶରୀର କଥାଆପଣ ସୁସ୍ଥ ଅଛନ୍ତି ନା ଅସୁସ୍ଥ । ତାହା ଆପଣଙ୍କ ହାତ ମିଳାଇବା ଶୈଳୀ ଜଣାଇଦେବ । ସାଧାରଣତଃ ଲୋକମାନେ ସାବାସି ଦେବାକୁ, ବିନୟ ପୋଷଣ କରିବାକୁ, ସୌଜନ୍ୟ ମୂଳକ ସାକ୍ଷାତ ଅବସରରେ, ଅଭିବାଦନ ଜଣାଇବା ପାଇଁ ହାତ ମିଳାଇଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଜ୍ଞାନ କହୁଛି, ଜଣକ ହାତ ମିଳାଇବାର ଠାଣିରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଠଉରାଇ ହେବ । ଆପଣଙ୍କ ହୃତପିଣ୍ଡ ଠିକ କାମ କରୁଛି କି ନାହିଁ; ଆପଣ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି କି ନାହିଁ; ଆପଣଙ୍କ ଶରୀର ମଜଭୁତ ଅଛି କି ନା’; ସବୁକିଛି ହାତ ମିଳାଇବାରୁ ଜଣା ପଡ଼ିଯିବ ।

ଲଣ୍ଡନସ୍ଥିତ କ୍ୱିନ୍‌ ମେରୀ ବିଶ୍ୱ ବିଦ୍ୟାଳୟର ଗବେଷଣାତ୍ମକ ରିପୋର୍ଟ ଅନୁସାରେ ଯଦି କେହି ଧୀରେ ଧୀରେ ହାତ ମିଳାଉଥାନ୍ତି, ତେବେ ଜାଣିବାକୁ ହେବ ଯେ ସେ ନିକଟ ଭବିଷ୍ୟତରେ ହାର୍ଟ ଆଟାକ୍‌ର ଶିକାର ହୋଇପାରନ୍ତି । ପ୍ରାୟ ୫ ହଜାର ଲୋକଙ୍କୁ ସର୍ବେକ୍ଷଣ କରିବା ପରେ ଏଭଳି ଭୟଙ୍କର ସତ୍ୟ ପ୍ରକାଶ ପାଇଛି ।