ଗାଜା ଉପରେ ଇସ୍ରାଏଲର ଭୟଙ୍କର ସଜବାଜ

ଜେରୁଜେଲମ: ଗାଜାରେ ହମାସ୍‌ ଓ ଇସ୍ରାଏଲ ଲଢେ଼ଇ ଥମୁନି । ଇସ୍ରାଏଲର ବିରାଟ ସେନାବାହିନୀ ଏବେ ଗାଜାର ରଫାହ ଇଲାକା ଆଡକୁ ଯାଉଛି । ସେଠାରେ ଆଶ୍ରୟ ନେଇଥିବା ୧୫ ଲକ୍ଷ ବାସହରା ପାଲେଷ୍ଟିନୀୟ ଥରିବାକୁ ଆରମ୍ଭ କରିଛନ୍ତି । ମିଶର ସୀମାକୁ ଲାଗିଥିବା ଗାଜାର ଉକ୍ତ ଇଲାକା ଉପରେ ଇସ୍ରାଏଲ କେବେ ହମ୍‌ଲା କରିନି ।

ଏଥର ସେଠାକୁ ସେନା ପଠାଇବାର କାରଣ ସଂପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ରଫାହରେ ଆଶ୍ରିତ ଲୋକଙ୍କ ଭିତରେ କିଛି ହମାସ୍‌ ଆତଙ୍କୀ ଲୁଚି ରହିଛନ୍ତି । ଗୁପ୍ତଚର ନିକଟରୁ ସୂଚନା ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।କିନ୍ତୁ ଆଶ୍ରିତ ପାଲେଷ୍ଟିନୀୟ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କୁ ମିଶରକୁ ପଳାଇ ଯିବା ପାଇଁ ବାଧ୍ୟ କରାଯାଉଛି । ଇସ୍ରାଏଲ ଯୋଉଭଳି ଭାବେ ଜେରୁଜେଲମ ଓ ୱେଷ୍ଟ ବ୍ୟାଙ୍କକୁ ଦଖଲ କଲା । ସେହିଭଳି ଭାବେ ରଫହାକୁ ମାଡ଼ି ବସିବାକୁ ଚାହୁଁଛି ।

କିଛି ଲୋକ କହିଛନ୍ତି ଯେ ସେମାନେ ମିଶରକୁ ପଳାୟନ କରିବା ଅପେକ୍ଷା ହସି ହସି ମରିବାକୁ ପସନ୍ଦ କରିବେ ।