ଅଲୋଡ଼ା ଶ୍ରୀକାନ୍ତଙ୍କୁ ଲୋଡ଼ିଲା କଂଗ୍ରେସ

ଭୁବନେଶ୍ୱର: ରାଜନୀତିକୁ ବ୍ୟବସାୟ ଦୃଷ୍ଟିରେ ଦେଖୁଥିବା କିଛି ନେତାଙ୍କ ଭିତରୁ ଜଣେ ହେଉଛନ୍ତି ଶ୍ରୀକାନ୍ତ ଜେନା । ଓଡ଼ିଶା ରାଜନୀତିକୁ ଅକ୍ତିଆର କରିବା ପାଇଁ କଂଗ୍ରେସ ପକ୍ଷରୁ ବାଇଗଣ ରୁଆ ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନ ଘୋଷଣାକୁ ଆଉ ସପ୍ତାହେ ବାକି ଥିଲାବେଳେ କଂଗ୍ରେସ ତଡ଼ି ଦେଇଥିବା ନେତାଙ୍କୁ ଆଦରି ନେଇଛି । ବେଶ କିଛି ବର୍ଷ ଧରି କଂଗ୍ରେସରୁ ଦୂରେଇ ରହିଥିବା ବିଜୁ ଅନୁଗତ ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସରେ ଯୋଗଦାନ କରିଛନ୍ତି ।

ସୂଚନା ମୁତାବକ ନୂଆଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀକାନ୍ତ ଜେନାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଯାଇଛି । ଗଣମାଧ୍ୟମ ଆଗରେ ଶ୍ରୀକାନ୍ତ ଜେନା କହିଛନ୍ତି ଯେ ସେ ଛାତ୍ର ଜୀବନରୁ କଂଗ୍ରେସ ସହ ଜଡ଼ିତ । ବୁଝାମଣା ଅଭାବରୁ ସେ ଦଳରୁ ବିଦା ହୋଇଥିଲେ । ଏବେ ସବୁକିଛି ଠିକଠାକ ।