ତୃଣମୂଳ ନେତା ଶାହଜାହାନଙ୍କ ଲୁଚକାଳି ଖତମ

କୋଲକାତା: ରାଜନୀତିରେ ଏମିତି ହେବା ନୂଆ ନୁହେଁ । ଅଂଟିରେ କେତେଦିନ କାଳ ନିଅାଁକୁ ଧରି ରଖିପାରିବେ ମମତା ବାନାର୍ଜୀ । ଆଇନ କାନୁନ ସହିତ ବହୁତ ଲୁଚକାଳି ଖେଳିବା ପରେ ତୃଣମୂଳ ନେତା ଶାହାଜାହାନ ସିବିଆଇ ଖୁଆଡ଼କୁ ଯାଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭବ ହେଲାନି । ଆପଣା ନେତାକୁ ବଂଚାଇବା ପାଇଁ ମମତାଙ୍କୁ ବେଶ କିଛି ଝାଳବୁହା କସରତ କରିବାକୁ ପଡ଼ିଥିଲା ।

ଇଡି ଅଧିକାରୀଙ୍କୁ ହମଲା ଘଟଣାରେ ପଶ୍ଚିମବଙ୍ଗ ପୁଲିସ ଶାହାଜାହାନଙ୍କୁ ଗିରଫ କରିଥିଲା । ମାତ୍ର କୋଲକାତା ହାଇକୋର୍ଟ ମାମଲାଟିକୁ ସିବିଆଇ ହାତକୁ ହସ୍ତାନ୍ତର କରିବା ପାଇଁ ରାୟ ଦେଇଥିଲେ । ତା’ ସହିତ ଅଭିଯୁକ୍ତ ଶାହାଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ପଶ୍ଚିମବଙ୍ଗ ସରକାର ଅଣଦେଖା କରିଥିଲେ ।