ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ଘୋଷଣା କରିଛି। ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ।ସେହିପରି ଦଳର କୋଚ୍ ଏବଂ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି। ଳର ଐତିହାସିକ ସଫଳତାକୁ ସମ୍ମାନ ଜଣାଇ ହକି ଇଣ୍ଡିଆ ଏହି ପୁରସ୍କାର ଘୋଷଣା କରିଛି ।
ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳ ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହି ସଫଳତା ଦଳ ପାଇଁ ଏକ ଐତିହାସିକ ଉପଲବ୍ଧି ହୋଇଥିବା ବେଳେ ଏହା ପରେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଏସିଆନ୍ ଗେମ୍ସରେ ଚାମ୍ପିୟନ ହେବା ସହ ଭାରତୀୟ ମହିଳା ଦଳ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି। ଫଳରେ ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ସହ ଦଳ ଅଲିମ୍ପିକ୍ସ ଟିକେଟ୍ ମଧ୍ୟ ସୁନିଶ୍ଚିତ କରିଛି। ୧-୦ ବିଜୟ ସହ ଭାରତ ୪୪ ବର୍ଷ ପରେ ମହିଳା ହକିରେ ସ୍ବର୍ଣ୍ଣିମ ସଫଳତା ପ୍ରାପ୍ତ କରିଛି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ସୁନେଲିତା ଟୋପ୍ପୋ ମଧ୍ୟ ରାଜ୍ୟର ପ୍ରଥମ ମହିଳା ଭାବେ ଏସିଆଡ୍ ହକି ସ୍ବର୍ଣ୍ଣ ପଦକ ହାସଲ କରିବାର ଗୌରବ ପାଇଛନ୍ତି।