ମେଂଟ କରୁଛି ବିଜେଡି!

ଭୁବନେଶ୍ୱର: ଏମିତି ଏକ ବେଳକାଳ ଦେଖି ବିଜେଡି ଓ ବିଜେପି ମଧ୍ୟରେ ବିଚ୍ଛେଦ ପଡ଼ିଥିଲା । ସେମିତି ଏକ ଶୁଭଲଗ୍ନ ଦେଖି ପୁଣି ବିଜେଡି-ବିଜେପି ତାଳିପକା ରାଜନୀତିର ସୂତ୍ରପାତ ଘଟିବାକୁ ଯାଉଥିବା ବିଷୟ କୁଆଡେ଼ କହିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ।

ତାଳିପକା ରାଜନୀତି ବିଷୟରେ କିଛି ଜାଣିଛନ୍ତି? କେହି କାହାର ଦୋଷତ୍ରୁଟି ପ୍ରତି ଦୃଷ୍ଟି ଦେବେନି; ଆପଣା ଦୋଷକୁ ଆପଣା ଭିତରେ ଚାପି ଲୋକଙ୍କୁ ଭୁତାଇ କ୍ଷମତା ହାସଲ କରିବାକୁ ପଡ଼ିବ ।

ବୁଧବାର ବିଜେଡି ମୁଖିଆ ଦଳର ବରିଷ୍ଠ ନେତାଙ୍କ ସହିତ ପ୍ରାୟ ଦୁଇଘଂଟା କାଳ ବିଚାର ବିମର୍ଷ କରିଛନ୍ତି । କୋଉ ମୁହଁ ନେଇ ବିଜେପି ସହ ବୁଝାମଣା କରିଛନ୍ତି ସେ ସଂପର୍କରେ ପଦୁଟେ କହିନାହାନ୍ତି ।