ବିଦେଶୀ ନିବେଶକଙ୍କ ଭରସା ଜିତୁଛି ଭାରତୀୟ ବ୍ରାଣ୍ଡ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି ବିଦେଶୀ ନିବେଶକ । ମାତ୍ର ଭାରତୀୟ ବ୍ରାଣ୍ଡ ସାମଗ୍ରୀର ବଜାର ଉପରେ ସେମାନଙ୍କ ଭରସା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଭାରତର ଆର୍ଥିକ ନୀତିକୁ ବିଦେଶୀ ନିବେଶକଙ୍କ ମନକୁ ଜିଣିପାରିଛି ।

ଚଳିତ ମାସରେ ବିଦେଶୀ ନିବେଶକମାନେ ଭାରତରେ ପ୍ରାୟ ୧୫,୦୦୦ କୋଟି ଟଙ୍କା ଖଟାଇଛନ୍ତି । ଜାନୁଆରୀ ମାସରେ ପ୍ରାୟ ୧୯,୮୩୬ କୋଟି ଟଙ୍କା ଖଟାଇଥିଲେ ଯାହା ବିଗତ ୬ ମାସ ଭିତରେ ସର୍ବାଧିକ । ୟା’ ପୂର୍ବରୁ ୨୦୧୭ରେ ବିଦେଶୀ ନିବେଶକମାନେ ଭାରତୀୟ ବ୍ରାଣ୍ଡ ବଜାରରେ ୨୫,୬୮୫ କୋଟି ଟଙ୍କା ଖଟାଇଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ବ୍ରାଣ୍ଡ ବଜାରରେ ପୁଞ୍ଜି ଖଟାଇବା ପାଇଁ ବିଦେଶୀ ନିବେଶକଙ୍କୁ ବିଦେଶୀ ପୋର୍ଟଫୋଲିୟୋ ସଂଗଠନ (ଏଫ୍‌ପିଆଇ) ସହାୟତା କରୁଛି ।