କାହା କବଳରେ ଆପଣଙ୍କ ମନ?

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀରେ ଗୋଟିଏ ସ୍ୱାସ୍ଥ୍ୟ ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଚିପ୍‌ ପ୍ରତ୍ୟାରୋପଣ କରାଯାଇଛି । କୋଟିପତି ବ୍ୟବସାୟୀ ଏଲନ ମସ୍କ ନିଜେ ସେହି ଖବରକୁ ଟ୍ୱିଟ୍‌ କରି ସାରା ଦୁନିଆକୁ ଚମକାଇ ଦେଇଥିଲେ ।

ମସ୍କ ଏହା ମଧ୍ୟ ଜଣାଇଛନ୍ତି, ଚିପ୍‌ ବ୍ୟବହାରକାରୀଙ୍କ ମନ ମସ୍ତିଷ୍କର ଭାବନା ମୁତାବକ ଫୋନ୍‌ ଓ କମ୍ପ୍ୟୁଟର ଜୀବନ୍ତ ହୋଇଉଠିବେ । ମସ୍କଙ୍କର ଏ ପ୍ରକାର ଦାବି ନ୍ୟୁରୋଲିଙ୍କ ସାଇନ୍ସ ଫିକ୍ସନ୍‌ ଦୁନିଆକୁ ଜୀବନ୍ତ କରିଦେବନି ତ? ବ୍ରିଟିଶ ନ୍ୟୁରୋ ସାଇଂଟିଷ୍ଟ ଅନିଲ ସେଠଙ୍କ ମତରେ ଏଭଳି ଉଦ୍ୟମ ନୈତିକ ଓ ଦାର୍ଶନିକ ପ୍ରଶ୍ନକୁ ଜନ୍ମ ଦେବ । ମାନବ ଚେତନା ଜଗତକୁ ପ୍ରାୟ ୨୦ ବର୍ଷ ଧରି ଅଧ୍ୟୟନ କରିଛନ୍ତି ବୈଜ୍ଞାନିକ ସେଠ ।

ମସ୍କଙ୍କର ଯୁକ୍ତିକୁ ବେଶ ସତର୍କତାର ଅନୁଧ୍ୟାନ ପରେ ସେଠ କହିଛନ୍ତି, ଜଣେ ମଣିଷର ମନ ଓ ମସ୍ତିଷ୍କକୁ ଦୂରରେ ବସି ଆଉ ଜଣେ ନିୟନ୍ତ୍ରଣ କରିବ; ଏଭଳି ଆବିଷ୍କାର ମାନବ ଜାତି ପାଇଁ ଅଭିଶାପ ପାଲଟିଯିବ । ପରମାଣୁ ବୋମା ତିଆରି କରି ମଣିଷ ନିଜ ପାଇଁ ମହାବିପଦ ଅବା ମହା ଆଶୀର୍ବାଦ ଆଣିଛି; ତାହା ଆଜି ମଧ୍ୟ ଅନେକଙ୍କୁ ଚିନ୍ତାରେ ପକାଇଛି