ଆକ୍ଟର ଇମ୍ରାନ୍‌ କା କ୍ୟା କେହେନା?

ଅଭିନେତା ଇମ୍ରାନ ଖାନ ବେଶ କିଛି ବର୍ଷ ଧରି ଅଭିନୟ ଓ ଚଳଚ୍ଚିତ୍ର ଦୁନିଆରୁ ଦୂରେଇ ଯାଇଛନ୍ତି । କିନ୍ତୁ ତାଙ୍କର ନିଖୁଣ ଅଭିନୟକୁ ପ୍ରଶଂସକମାନେ ଆଜି ମଧ୍ୟ ତାରିଫ କରନ୍ତି । ଡେଲିବେଲି’ଠାରୁ ଆରମ୍ଭ କରି ‘ଜାନେ ତୁ ୟା ଜାନେ ନା’ ଓ ‘ମଟରୁ କି ବିଜଲି କା ମନ୍‌ଡୋଲା’ ଭଳି ଚଳଚ୍ଚିତ୍ରକୁ ଆଜି ମଧ୍ୟ ଲୋକମାନେ ଆଗ୍ରହର ସହିତ ଦେଖନ୍ତି ।

ପରଦା ଉପରେ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଇମ୍ରାନ ଜୀବନକୁ ବାଜି ଲଗାଇବାକୁ ପଛାନ୍ତି ନାହିଁ । ‘ଡେଲିବେଲି’ରେ ଇମ୍ରାନ ତାଙ୍କ ଚରିତ୍ରକୁ ସ୍ମରଣୀୟ କରିବା ପାଇଁ ନଳା ନର୍ଦ୍ଦମା ପାଣିରେ ଭିଜିଥିବା ସାର୍ଟ ପିନ୍ଧିଥିଲେ । ଏହି କଥାକୁ ଖୁଲାସା କରିଥିଲେ ଖୋଦ୍‌ କଷ୍ଟ୍ୟୁମ ଡିଜାଇନର ନିହାରିକା ଭାସିନ ।

ଡେଲିବେଲି’ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ହାସ୍ୟ ଚଳଚ୍ଚିତ୍ର ଯାହା ୨୦୧୧ରେ ମୁକ୍ତିଲାଭ କରିଥିଲା । ସେହି ଚଳଚ୍ଚିତ୍ରରେ ଇମ୍ରାନଙ୍କ ସହିତ ବୀର ଦାସ ଓ କୁନାଲ ରାୟ କପୁର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିକୁ ଇମ୍ରାନଙ୍କ ମାମୁଁ ତଥା ଅଭିନେତା ଅମୀର ଖାନ ପ୍ରଯୋଜନା କରିଥିଲେ ।