ଲାଲୁଙ୍କ ଚକ୍ରବ୍ୟୁହରୁ ନୀତୀଶ ମୁକୁଳି ପାରିଲେ ହେଲା

ପାଟନା: ବେଳକାଳ ଉଣ୍ଡି ତେଜସ୍ୱୀଙ୍କୁ ଆଡ଼ କରିଦେଇ ନୀତୀଶ କୁମାର ବିଜେପି ଶରଣାପନ୍ନ ହୋଇଛନ୍ତି । ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ ସିନା; ଏବେ ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ । ନୀତୀଶଙ୍କୁ ହରାଇବା ପାଇଁ ଲାଲୁ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ପୁରା ଦମ୍‌ ଲଗାଇଛନ୍ତି ।

କ୍ଷମତା ଲାଳସାରେ ନୀତୀଶ ବିଜେପିକୁ ଦୁଇଥର ଧୋକା ଦେଇ ସାରିଛନ୍ତି । ଲୋକସଭା ନିର୍ବାଚନ ସହିତ ବିହାର ବିଧାନସଭା ନିର୍ବାଚନ କରିବାର ଇଛା ଥିଲେ ପ୍ରଧାନମନ୍ତ୍ରୀ ମୋଦିଜୀ ବିହାର ବିଧାନସଭାରେ ନୀତୀଶଙ୍କୁ ଧୋକା ଦେଇପାରନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ଦୀର୍ଘ ଦିନ ଧରି ବସିଯିବା ଫଳରେ ନୀତୀଶଙ୍କ ମନରେ ଗୋଟିଏ ମାୟା ଲାଗି ଯାଇଛି । କୌଣସି ପରିସ୍ଥିତିରେ ତାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ।

ନୀତୀଶଙ୍କୁ ପାନେ ଚଖାଇବା ପାଇଁ ଲାଲୁ ତାଙ୍କର ସବୁ ବିଧାୟକମାନଙ୍କୁ ଆପଣା ଗୁହାଳରେ ଖୁଆଇ ପିଆଇ ଶୁଆଇ ଦେଉଛନ୍ତି । ସୋମବାର ବିଧାନସଭାରେ ଭୋଟ ଦେଇସାରିବା ପରେ ସେମାନଙ୍କୁ ଘରେ ନେଇ ପହଂଚାଇ ଦେବାକୁ ଲାଲୁ ଆଶ୍ୱାସନା ଦେଇଛନ୍ତି ।