ବିକଶିତ ଭାରତ ମାନଚିତ୍ରରେ କମିଛି ବେରୋଜଗାରୀ!

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀଙ୍କ ସଂଖ୍ୟା କମିଛି ବୋଲି ଏକ ମାହୋଲ ତିଆରି କରାଯାଇଛି । ଆର୍ଥିକ ବିକାଶ ସଂପର୍କୀତ ରିପୋର୍ଟ ବଳରେ ଦେଶବାସୀଙ୍କ ମନରେ ବିଶ୍ୱାସର ବାତାବରଣ ସୃଷ୍ଟି କରି ନିର୍ବାଚନ ଜିତିବାର ଲକ୍ଷ୍ୟ ରଖିଛି କ୍ଷମତାସୀନ ମେଂଟ । ରିପୋର୍ଟ ମୁତାବକ ୨୦୨୨ରେ ବେରୋଜଗାରୀଙ୍କ ସଂଖ୍ୟାରେ ୩.୬ ପ୍ରତିଶତ କମିଥିଲା ବେଳେ ୨୦୨୩ରେ ତାହା ୩.୧ ପ୍ରତିଶତ ରହିଛି । ସହରାଂଚଳରେ ବେରୋଜଗାରୀଙ୍କ ସଂଖ୍ୟା ୫.୯ ପ୍ରତିଶତରୁ କମି ୫.୨ ପ୍ରତିଶତ ହୋଇଛି ।

ଆନ୍ତର୍ଜାତିକ ସ୍ତରରେ ଦେଖିବାକୁ ଗଲେ, ଭାରତର ବିକାଶ ଧାରା ଆଗକୁୂ ଆଗକୁ ବଢ଼ିଚାଲିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୭ ପ୍ରତିଶତ ବୋଲି ଜଣାଇ ଦିଆଯାଇଛି । ତେବେ ଆଗାମୀ ବର୍ଷ ଗୁଡ଼ିକରେ ଏହି ହାର କମିବାର ସଂକେତ ମିଳୁଛି ।