‘ନରେନ୍ଦ୍ର ମୋଦୀ ରାଜନେତା ନୁହନ୍ତି ଜଣେ ଭଲ ଅଭିନେତା’

ଭୁବନେଶ୍ୱର: ବିଜେପିର ସୁପରଷ୍ଟାର ନରେନ୍ଦ୍ର ମୋଦୀଙ୍କ ଭଳି ଭଲ ଅଭିନେତାଙ୍କ ନିକଟରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଫିକା ପଡ଼ିଯିବେ । ଲୋକଙ୍କୁ ମନ ଭୁଲାଣିଆ କଥା କହି ସେମାନଙ୍କ ଭୋଟ ହାତେଇ ନେବାର କଳାଟି ନରେନ୍ଦ୍ର ମୋଦୀଙ୍କ ଭଳି ଅଭିନେତାଙ୍କ ପାଖରେ ମହଜୁଦ ରହିଛି ।

ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇ ବିଜେଡି ସାଢେ଼ ଚାରିକୋଟି ଜନତାଙ୍କ ମନରେ ଯୋଉ ମାୟାଜାଲ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀ ସେ ମାୟାଜାଲକୁ ମାୟାରେ ରଖି ଚାଲିଗଲେ ।

ଓଡ଼ିଶାର ଚଣ୍ଡିଖୋଲକୁ ଦଳୀୟ କାର୍ୟ୍ୟକ୍ରମରେ ଆସି ପ୍ରଧାନମନ୍ତ୍ରୀ ଓଡ଼ିଶାର ପ୍ରତି ବିଧାନସଭା ଓ ଲୋକସଭା ଆସନରେ ପଦ୍ମ ଫୁଟିବାର ଆଶା ପୋଷଣ କରିଛନ୍ତି । ମାତ୍ର ଶଙ୍ଖକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବାକୁ କହିନାହାନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଆଭିମୁଖ୍ୟକୁ ଅନୁଶୀଳନ କଲେ ଜଣାଯାଉଛି, ଓଡ଼ିଶାରେ ଡବଲ ଡେକ୍‌ ଇଞ୍ଜିନ ଆବଶ୍ୟକତା ନାହିଁ ।

ନାରାୟଣଙ୍କ ଗୋଟିଏ ହାତରେ ଶଙ୍ଖ ଓ ଅନ୍ୟ ହାତରେ ପଦ୍ମ ରହିଲେ କିଛି ଅସୁବିଧା ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚୁମ୍ବକରେ କହି ସାରିଛନ୍ତି । ଏଥିରୁ ଓଡ଼ିଶାର ୩ କୋଟି ଭୋଟର ବୁଝିଯିବା ଦରକାର ଯେ ଓଡ଼ିଶାରେ ପଦ୍ମ ଫୁଟିବା ଜରୁରୀ ନୁହେଁ । ପ୍ରତି ବିଧାନସଭା ଓ ଲୋକସଭା ଆସନରେ ଶଙ୍ଖ ଫୁଟିଲେ ଚଳିବ ।

ଆଜି ସାକ୍‌ସୀ ୱାର୍ଲଡ ଆସୋସିଏସନ୍‌ ଚାରିଟେବୁଲ ଟ୍ରଷ୍ଟ ଅଫିସକୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସି ମନ୍ତ୍ର ଗବେଷକ ଆଚାର୍ୟ୍ୟ ଧର୍ମରାଜ ଏହିଭଳି ମତବ୍ୟକ୍ତ କରିଛନ୍ତି ।

ଧର୍ମରାଜଙ୍କ ମତରେ ଓଡ଼ିଶାରେ ବିଜେପି ତୁଳନାରେ ବିଜେଡି ଅଧିକ ଆସନ ଜିତିବା ଉଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘଜୀବନ କାମନା କରି ସେ ଖୁବ ଶୀଘ୍ର ଅଖଣ୍ଡ ମହାଯଜ୍ଞ କରିବାର ଯୋଜନା ରଖିଛନ୍ତି ।