ସର୍ବଭାରତୀୟ ସ୍ତରରେ ୧୦୦ ଆସନ ପାଇବନି କଂଗ୍ରେସ

ଭୁବନେଶ୍ୱର: ମଲ୍ଲିକାର୍ଜୁନ ଖାଡଗେଙ୍କ ନେତୃତ୍ୱରେ କଂଗ୍ରେସ ସର୍ବଭାରତୀୟ ସ୍ତରରେ ୧୦୦ଟି ଆସନ ଜିତିବା ସ୍ଥିତିରେ ନାହିଁ ବୋଲି ମନ୍ତ୍ର ଗବେଷକ ତଥା ଜ୍ୟୋତିର୍ବିଦ ଆଚାର୍ୟ୍ୟ ଧର୍ମରାଜ କହିଛନ୍ତି । ସାକ୍‌ସୀ ୱାର୍ଲଡ ଚାରିଟେବୁଲ ଟ୍ରଷ୍ଟ ସ୍ୱନକ୍ଷତ୍ର ପାଳନ ଅବସରରେ ସାକ୍‌ସୀ ନ୍ୟୁଜ ଚାନେଲକୁ ସାକ୍ଷାତକାର ଦେଇ ଆଚାର୍ୟ୍ୟ ଧର୍ମରାଜ ଏହି ମତ ପ୍ରଦାନ କରିଛନ୍ତି ।

ରାଜ୍ୟରେ କଂଗ୍ରେସର ଭବିଷ୍ୟତ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନର ଜବାବରେ ଧର୍ମରାଜ ସାରା ଭାରତରେ କଂଗ୍ରେସର ସ୍ଥିତିକୁ ଜଣାଇଛନ୍ତି । ସେ କହିଛନ୍ତି, ଜାତୀୟ ରାଜନୀତିକୁ ବିଜେପି ମେଂଟ ଓ କଂଗ୍ରେସ ମେଂଟ ଏକାଧାରରେ ଶାସକ ଓ ମୁଖ୍ୟ ବିରୋଧୀ ଭାବେ କବଳିତ କରି ରଖିଛନ୍ତି । ଦେଶରେ ତୃତୀୟ ମେଂଟର ଆବଶ୍ୟକତା ରହିଛି ।

ତୃତୀୟ ମେଂଟର ଅଭ୍ୟୁଦୟ ଉଭୟ ବିଜେପି ଓ କଂଗ୍ରେସ ପାଇଁ ମହାବିପଦ । ଏହି କଥାଟି ଉଭୟ ବିଜେପି ଓ କଂଗ୍ରେସ ଭଲ ଭାବରେ ଜାଣିଛନ୍ତି । ତେଣୁ ଉଭୟ ଜାତୀୟ ମେଂଟ ମିଳିତ ଭାବେ ତୃତୀୟ ମେଂଟକୁ ମା’ ପେଟରୁ ମାରି ଦେଉଛନ୍ତି ।