ଦକ୍ଷିଣ କୋରିଆରେ ଉଠିଲା ମଣିପୁର ହିଂସା; ସମ୍ଭାଳି ନେଲେ ଜୟଶଙ୍କର

ସିଓଲ: ବିଦେଶ ମନ୍ତ୍ରୀ ଜୟଶଙ୍କର ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି । ସେଠାରେ ତାଙ୍କୁ ମଣିପୁର ହିଂସାକାଣ୍ଡ ସଂପର୍କରେ ପ୍ରଶ୍ନ କରାଗଲା । ଜବାବ ଦେବାକୁ ଯାଇ ଜୟଶଙ୍କର ପ୍ରଥମେ ମଣିପୁର ହିଂସାକାଣ୍ଡକୁ ଅତ୍ୟନ୍ତ ଦୁଃଖଦାୟକ କହିଲେ । ତା’ ପରେପରେ ମଣିଶଙ୍କର ମଣିପୁର ରକ୍ତପାତ ବନ୍ଦ କରିବା ପାଇଁ ସାରା ଦେଶବାସୀଙ୍କ  ମିଳିତ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାରତର ୧୪୦ କୋଟି ଲୋକ ମଣିପୁର ହିଂସାକାଣ୍ଡକୁ ପ୍ରଶମିତ କରିବାକୁ ଲାଗି ପଡ଼ିଛନ୍ତି । ଆଗାମୀ ଦିନରେ ମଣିପୁର ସ୍ଥିତି ସ୍ୱାଭାବିକ ହୋଇଯିବ ।

ଜୟଶଙ୍କର ଦୁଇଦିନ ପାଇଁ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତରେ ଯାଇ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ସହିତ ମତ ବିନିମୟ କରିଛନ୍ତି । ଜୟଶଙ୍କରଙ୍କ ସଂକ୍ଷିପ୍ତ ଜବାବ ବହୁ ଭାରତୀୟଙ୍କୁ ସନ୍ତୁଷ୍ଟ କରିଥିଲା । ବିଦେଶ ମନ୍ତ୍ରୀଙ୍କ ସଂକ୍ଷିପ୍ତ ଭାଷଣ ଥିଲା, ‘ଇଏ କେମିତି ହେଲା? ମଣିପୁର ସରକାର ଉକ୍ତ ରକ୍ତପାତ ପାଇଁ କେତେ ପରିମାଣରେ ଦାୟୀ? ସେ ବିଷୟ କାହାକୁ ଅଛପା ନାହିଁ । ମଣିପୁରର ଜାତିଗତ ହିଂସା ସାରାଦେଶକୁ ବିଚଳିତ କରିଛି । ଆପଣା-ଆପଣା ଭିତରେ ଘୃଣା ଓ ବିଦ୍ୱେଷ ଚରମସୀମାରେ ପହଂଚିବା ଫଳରେ ଏପରି ମାହୋଲ ସୃଷ୍ଟି ହୋଇଛି । ଏବେ ସାରାଦେଶ ମଣିପୁର ପାଇଁ ପ୍ରାର୍ଥନା କରୁଛି । ସେଠାରେ ଶାନ୍ତିପୂର୍ଣ୍ଣ ବାତାବରଣ ଶୀଘ୍ର ଫେରିବ ।’