କୋଭିଡରେ ଆୟକର ନିୟମ କୋହଳ ହେଲା

ନୂଆଦିଲ୍ଲୀ ୨୫।୬: କେନ୍ଦ୍ର ସରକାର ଆୟକରଦାତାଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି। କୋଭିଡରେ ପ୍ରଭାବିତ ହୋଇଥିବା କରଦାତାଙ୍କୁ ଇନକମ୍ ଟ୍ୟାକ୍ସରୁ ରିହାତି ଦେଇଛନ୍ତି । ଏହା ଛଡା କର୍ମଚାରୀଙ୍କୁ କୋଭିଡ ଚିକିତ୍ସା ନିମନ୍ତେ ନିଯୁକ୍ତିଦାତା ଓ ଅନ୍ୟ ସ୍ରୋତରୁ ମିଳିଥିବା ଆର୍ଥିକ ସହାୟତା ଉପରେ ମଧ୍ୟ କର ରିହାତି ଦିଆଯାଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ପରିବାରକୁ ମିଳିଥିବା ଅନୁଗ୍ରହ ରାଶିକୁ ମଧ୍ୟ ସରକାର କରମୁକ୍ତ ଘୋଷଣା କରିଛନ୍ତି। ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ ଏହି ସୂଚନା ଦେଇଛନ୍ତି।

ସେହିପରି ପାନ୍ ଓ ଆଧାର ସଂଯୁକ୍ତ କରିବାର ସମୟ ସୀମାକୁ ୩୦ ସେପ୍ଟେମ୍ବର ୨୦୨୧ କରାଯାଇଛି । ନିଯୁକ୍ତିଦାତାଙ୍କ ନିମନ୍ତେ ଫର୍ମ ୧୬ ଆକାରରେ ଆୟକର କାଟ ପ୍ରମାଣପତ୍ର କର୍ମଚାରୀଙ୍କୁ ଦେବା ଲାଗି ସମୟ ସୀମାକୁ ମଧ୍ୟ ୧୫ ଜୁଲାଇ ବଦଳେ ୩୧ ଜୁଲାଇ କରିଦେଇଛନ୍ତି।