ପୁଣି ଦେଶରେ ଶକ୍ତିଶାଳୀ ହେଉଛି ସଂକ୍ରମଣ

ପ୍ରତିଦିନ ସଂକ୍ରମଣ ଦର ୩.୩୫ ପ୍ରତିଶତ ଅଛି…

ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ କମିବାର ଲକ୍ଷ୍ୟ କରାଯାଉଛି । ଦେଶରେ ୧୪.୫୦୬ ହଜାର ୭୯୩ ଜଣ ନୂଆ ରୋଗୀ ସାମନାକୁ ଆସିଥିବା କରୋନାରେ ସଂକ୍ରମିତ ହୋଇ ୩୦ ଜଣଙ୍କର ମୃତ୍ୟ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ ସମୁଦାୟ ୪ କୋଟି ୨୭ ଲକ୍ଷ କୋଟି ୦୮ ହଜାର ୬୬୬ ଜଣ ରୋଗୀ ସୁସ୍ଥ ହୋଇ ସାରିଛନ୍ତି । କରୋନାର ରିକଭରି ରେଟ ୯୮.୫୭ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୯୯ ହଜାର ୬୦୨ ରେ ପହଞ୍ôଚଛି । ପ୍ରତିଦିନ ସଂକ୍ରମଣ ଦର ୩.୩୫ ପ୍ରତିଶତ ଅଛି । ଆଇସିଏମଆରଙ୍କ ରିପୋର୍ଟ ଅନୁସାରେ ୪.୩୩ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି ।