ନୂଆଦିଲ୍ଲୀ: ଦେଶରେ ଖସୁଛି କୋଭିଡ-୧୯ ସଂକ୍ରମଣ । ଦେଶରେ କୋଭିଡ-୧୯ ସଂକ୍ରମଣ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବା ଏବେ ସେହି ସମାନ ଭାବରେ କମିବା ଆରମ୍ଭ କରିଛ । ସେହିପରି ଦେଶରେ କୋଭିଡ ଜନିତ ମୃତ୍ୟୁସଂଖ୍ୟାରେ ବି ବ୍ରେକ ଲାଗିଛି ।
ଦେଶରେ ଦୈନିକ ୪ ଲକ୍ଷ ଟ୍ରେଣ୍ଡ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୨ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୫ ଆକ୍ରାନ୍ତ ଚିହ୍ନଟ ହେବା ସହ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।