ଦେଶରେ ଦିନକରେ ଆଉ ୩ ହଜାର ୫୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକରେ ଆଉ ୩ ହଜାର ୫୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ….

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୩ ହଜାର ୫୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୯୪,୯୩୮କୁ ବୃଦ୍ଧି ପାଇଛି। ସେହିପରି ୩ ହଜାର ୫୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ୍‍ ୪,୨୫,୫୧,୨୪୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୪%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୪,୦୦୨ରେ ପହଞ୍ଚିଛି। ମୃତ୍ୟୁହାର ୧.୨୨%।୧୯,୬୮୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୦୫%। ଦିନକ ଆଗରୁ ୪,୬୫,୯୧୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ୍‍ ୮୩,୯୮,୪୪,୯୨୫ ନମୁନା ପରୀକ୍ଷା କରାଯାଇଛି।