ସୃଷ୍ଟି ହେଲା ଲଘୁଚାପ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ…

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ।

ଅନ୍ୟପଟେ ସକ୍ରିୟ କାଳବୈଶାଖୀ ପ୍ରଭାବରେ ୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ୬ ଜିଲ୍ଲାରେ ଯଥା-ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀରେ ବର୍ଷା ଲାଗି ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।