ଏଲ୍ଇଡି ଦୁର୍ନୀତି ରେ କେନ୍ଦୁଝର ରୁ ଗିରଫ

ଏଲ୍ଇଡି ଷ୍ଟ୍ରିଟ ଲାଇଟ୍ ଦୁର୍ନୀତିରେ କେନ୍ଦୁଝର ରୁ ଜଣେ ଠିକାଦାରଙ୍କୁ …

ଏଲ୍ଇଡି ଷ୍ଟ୍ରିଟ ଲାଇଟ୍ ଦୁର୍ନୀତିରେ କେନ୍ଦୁଝର ରୁ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ପଞ୍ଚମ ଅର୍ଥ କମିଶନ ଅର୍ଥରେ ଏଲଇଡି ଷ୍ଟ୍ରିଟ ଲାଇଟ୍ ରେ ବଡ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।

ଭିଜିଲାନ୍ସ ବିଭାଗ ପ୍ରାରମ୍ଭିକ ତଦନ୍ତ କରି ୩ କୋଟି ଟଙ୍କା ଅର୍ଥ ଆତ୍ମସାତ ହୋଇଥିବା ଜାଣିବାକୁ ପାଇଥିଲା । କେନ୍ଦୁଝରରେ ୮ଟି ଟିମରେ ୪୦ ଜଣ ଭିଜିଲାନ୍ସ ବିଭାଗର ବଛା ବଛା ଅଫିସର ସାମିଲ ଅଛନ୍ତି । ଭିଜିଲାନ୍ସ ବିଭାଗ ଆଜି ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ୍ କରିଛି । ଷ୍ଟ୍ରିଟ ଲାଇଟ ଲଗାଇବାରେ ବଡ ଧରଣର କେଳେଙ୍କାରୀ ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ୨୦୨୧-୨୩ ମସିହା ମଧ୍ୟରେ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା ।

ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଟେଣ୍ଡର ଗାଇଡଲାଇନରେ ଅନିୟମିତତା ହୋଇଛି । ଗତ ପଂଚାୟତ ନିର୍ବାଚନ ପୂର୍ବରୁ ଗାଁ ଦାଣ୍ଡ ଆଲୋକୀକରଣ କରିବା ପାଇଁ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା।ବାଂଶପାଳ, ତେଲକୋଇ, ପାଟଣା, ସାହାରପଡା,ସଦର ବ୍ଲକରେ ଭିଜିଲାନ୍ସ ଚଢାଉ ଜାରୀ ରହିଛି । ତେବେ ଅନେକ ସ୍ଥାନରେ ଷ୍ଟ୍ରିଟ ଲାଇଟ ଅଚଳ ହୋଇ ପଡିଥିବାବେଳେ ପୁରା ବିଲ ପଂଚାୟତକୁ ଭରିବାକୁ ପଡୁଥିଲା । ଅନେକ ସ୍ଥାନରେ ଏଲ୍ଇଡି ଷ୍ଟ୍ରିଟ ଲାଇଟ ଖରାପ ହୋଇ ପଡିଥିବାବେଳେ ରକ୍ଷଣାବେକ୍ଷଣ କରା ଯାଇ ନାହିଁ ଓ ଷ୍ଟ୍ରିଟ ଲାଇଟ ଲଗାଇଥିବା ଠିକା ସଂସ୍ଥା ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ନେଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲାରେ led light ଲଗାଇଥିବା ମାୟା ଟ୍ରେଡ଼ର୍ସ ର ପ୍ରୋପାଇଟର ବିଭୂତି ଭୂଷଣ ବିଶ୍ୱାଳଙ୍କୁ ଗିରଫ କରି ରାତି ୧୦.୪୫ ମିନିଟ୍ ସମୟରେ କୋର୍ଟ ଚାଲାଣ କରିବା ବେଳ ନାମଞ୍ଜୁର ହେବାରୁ ସମ୍ପୃକ୍ତ ଠିକାଦାର ଜେଲ ଯାଇଛନ୍ତି।