ବ୍ରହ୍ମପୁର: ଗେଟବଜାର ଅଞ୍ଚଳର ଜଣେ ମହିଳାଙ୍କଠାରୁ ସୋମବାର ୧୨୭ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି। ଗିରଫ ମହିଳା ଜଣକ ହେଲେ ସୁକାନ୍ତି ବେହେରା(୪୦)। ଗେଟବଜାର ନିକଟ ସିଟି ହସ୍ପିଟାଲ ସମ୍ମୁଖରେ ସୁକାନ୍ତି ଅନେକ ଦିନ ହେବ ଠେଲା ଗାଡ଼ିରେ ଫଳ ବିକ୍ରି କରୁଥିଲେ। ହେଲେ ସେଠାରେ ସେ ବ୍ରାଉନସୁଗର ବିକ୍ରି କରୁଥିବା ନେଇ ଖବର ମିଳିବା ପରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁ ଓ ତାଙ୍କ ଟିମ୍ ଫଳ ଦୋକାନରେ ଚଢ଼ଉ କରିଥିଲେ। ସୁକାନ୍ତିଙ୍କ ନିକଟରୁ ୧୨୭ ଗ୍ରାମ ବ୍ରାଉନ ସୁଗର୍ ସହ ନଗଦ ୧୧ ହଜାର ଟଙ୍କା ଜବତ କରାଯାଇଛି।
Prev Post
Next Post